ଆଜି ଗଡ଼ିବ ପ୍ରଥମ ସୂର୍ଯ୍ୟରଥ : କୋଣାର୍କ ଅବଧୁତ ମଠରୁ ସୂର୍ଯ୍ୟ ମନ୍ଦିର ଦେଇ ପହଂଚିବ ଚନ୍ଦ୍ରଭାଗା 

99

କନକ ବ୍ୟୁରୋ : କୋଣାର୍କ ଅବଧୁତ ମଠରୁ ଆଜି ଗଡ଼ିବ ପ୍ରଥମ ସୂର୍ଯ୍ୟରଥ । ଏହି ରଥ ସୂର୍ଯ୍ୟ ମନ୍ଦିର ଦେଇ ଚନ୍ଦ୍ରଭାଗାରେ ପହଂଚିବ । ଏହା ସତେଇସ ଦିନ ଧରି ମାଘ ସପ୍ତମୀ ପର୍ଯ୍ୟନ୍ତ ରହିବ । ଶାମ୍ବଦଶମି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା  କରାଯାଇଛି । ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । କରୋନା କଟକଣା ପାଇଁ ଚନ୍ଦ୍ରଭାଗା ରାମଚଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । କରୋନା ପାଇଁ ମନ୍ଦିର ପରସରରେ ଏତେଟା ଗହଳି ଦେଖିବାକୁ ମିଳିନାହିଁ ।