ଗୋପାଳର ମାନସିକ ସ୍ଥିତି ନେଇ ବଢ଼ୁଛି ଦ୍ୱନ୍ଦ୍ୱ : କ୍ରାଇମବ୍ରାଞ୍ଚ କହୁଛି ଗୋଟେ କଥା କୋର୍ଟଙ୍କ ରାୟରେ ଆଉ ଗୋଟେ କଥା

204

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ଅଛି । ସେ ସବୁ ଦିଗରୁ ସତର୍କ ଓ ସଚେତନ ରହିଛି । ଆଖି ସହ ଆଖି ମିଶାଇ କଥା ହେବା ସହ ସ୍ମରଣ ଶକ୍ତି ଠିକ୍ ଅଛି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଏପରି ରିପୋର୍ଟ ଦେଇଛି । ୪ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ବୋର୍ଡ ଗୋପାଳଙ୍କ ମାନସିକ ସ୍ଥିତି ଯାଞ୍ଚ କରିଛି । ଗୋପାଳ ‘ବାୟୋପୋଲାର ଡିଜଅର୍ଡର’ରେ ଆକ୍ରାନ୍ତ ବୋଲି ତାଙ୍କ ପରିବାର ଲୋକେ କହିଥିଲେ ।

ଏହି କଥାର ସତ୍ୟାସତ୍ୟ ଯାଞ୍ଚ କରିଛି ବୋର୍ଡ । ୪ତାରିଖ ଦିନ ଗୋପାଳଙ୍କ ମାନସିକ ସ୍ଥିତିର ଯାଞ୍ଚ କରାଯାଇଥିବା ବେଳେ ୫ତାରିଖ ଦିନ କ୍ରାଇମବ୍ରାଞ୍ଚରେ ରିପୋର୍ଟ ଦାଖଲ କରାଯାଇଛି । ଏହି ରିପୋର୍ଟକୁ ଆଧାର କରି ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁରୁ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇନଥିଲେ କୋର୍ଟ । ଏହି ରିପୋର୍ଟ ଓ ରିମାଣ୍ଡ ଅବଧିକୁ ବିଚାରକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ଗୋପାଳକୁ ନିମହାନ୍ସ ନେବା ଲାଗି କରାଯାଇଥିବା ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି କୋର୍ଟ । ଏହି ରିପୋର୍ଟରେ ଲେଖାଯାଇଛି ଯେ,

ଗୋପାଳର ମାନସିକ ସ୍ଥିତି
ମେଡିକାଲ ବୋର୍ଡର ରିପୋର୍ଟ

– ଗୋପାଳ ସମ୍ପୂର୍ଣ୍ଣ ଭାବେ ସଚେତନ ଓ ସଜାଗ ଅବସ୍ଥାରେ ରହିଛି
– ସହଯୋଗ କରିବା ସହ କଥାବାର୍ତ୍ତା କରିବାରେ ଆଗ୍ରହ ପ୍ରକାଶ କରୁଛି
– ଆଖିରେ ଆଖି ମିଶାଇ ସାମାନ୍ୟ ଭାବେ କଥାବର୍ତ୍ତା କରୁଛି
– ସ୍ଥିତି ହିସାବରେ ତାର ମାନସିକ ଅବସ୍ଥିା ଠିକ୍ ରହିଥିଲା
– ଗୋପାଳର କଥାବାର୍ତ୍ତା ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ ଥିଲା
– ଗୋପାଳର ସବୁ ସ୍ମରଣ ଶକ୍ତି ଅକ୍ଷୂର୍ଣ୍ଣ ରହିଛି
– ମେଡିକାଲ ବୋର୍ଡ ଦ୍ୱାରା କରାଯାଇଥିବା ସମୀକ୍ଷାରେ ଜଣାପଡିଛି ଯେ, ଗୋପାଳ ମାନସିକ ରୋଗରେ ପୀଡିତ ନାହିଁ