ନିବେଶ ପାଇଁ ମହିଳାଙ୍କ ପ୍ରଥମ ପସନ୍ଦ ରିଅଲ ଇଷ୍ଟେଟ୍ : ଫିକ୍ସ ଡିପୋଜିଟ୍ ସୁନା ଅପେକ୍ଷା ଜମି କିଣିବାରେ ଅଧିକ ରୁଚି ରଖନ୍ତି ମହିଳା

75

କନକ ବ୍ୟୁରୋ : ନିବେଶ କରିବାରେ ମହିଳାଙ୍କ ପ୍ରଥମ ପସନ୍ଦ ହେଉଛି ରିଅଲ ଇଷ୍ଟେଟ ନିବେଶ । ଆନାରକ୍ ନାମକ ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଛି ଯେ ରିଅଲ ଇଷ୍ଟେଟରେ ନିବେଶ କରିବାକୁ ମହିଳାମାନେ ସବୁଠୁ ଅଧିକ ପସନ୍ଦ କରନ୍ତି । ଏହା ପରେ ଷ୍ଟକ ବଜାର, ସୁନା ଓ ଫିକ୍ସଡ ଡିପୋଜଟ କରନ୍ତି । ମୋଟ ୫୫୦୦ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା, ଯେଉଁଥିରୁ ୫୦% ମହିଳା ଥିଲେ । ଅଧିକାଂଶ ମହିଳା ବର୍ତ୍ତମାନର ସମୟକୁ ଘର କିଣିବାର ଉପଯୁକ୍ତ ସମୟ ବୋଲି କହିଛନ୍ତି ।

ମହିଳାଙ୍କ ପସନ୍ଦ ରିଅଲ ଇଷ୍ଟେଟ ନିବେଶ

– ୬୫% ମହିଳା ରିଅଲ ଇଷ୍ଟେଟରେ ନିବେଶ କରିବାକୁ ପସନ୍ଦ କରନ୍ତି
– ୨୦% ମହିଳା ଷ୍ଟକ ବଜାରରେ ନିବେଶ କରନ୍ତି
– ୮% ମହିଳା ସୁନାରେ ନିବେଶ କରନ୍ତି
– ୭% ମହିଳା ଫିକ୍ସଡ ଡିପୋଜିଟ କରିବାକୁ ପ୍ରାଥମିକତା ଦିଅନ୍ତି
– ସର୍ଭେରେ ଅଂଶଗ୍ରହଣ କରିଥିବା ୮୩% ମହିଳା ୪୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଘର କିଣିବାକୁ ଚାହୁଁଛନ୍ତି
– ୩୬% ମହିଳା ୪୫ରୁ ୯୦ଲକ୍ଷ ଟଙ୍କାର ଘର କିଣିବାକୁ ଆଗ୍ରହୀ
– ୨୭% ମହିଳା ୯୦ଲକ୍ଷରୁ ଦେଢ କୋଟି ଟଙ୍କା ମୂଲ୍ୟର ଘର କିଣିବାକୁ ଇଚ୍ଛୁକ
– ମାତ୍ର ୨୦% ମହିଳା ଦେଢ କୋଟିରୁ ଅଧିକ ମୂଲ୍ୟର ଘର ଖୋଜୁଛନ୍ତି
– ୪୫ଲକ୍ଷ ଟଙ୍କାରୁ କମ୍ ଦାମର ଘର ପ୍ରତି ମହିଳା ଆଗ୍ରହ ଦେଖାଉ ନାହାନ୍ତି