କନକ ବ୍ୟୁରୋ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି କେନ୍ଦ୍ରୀୟ ଏଜେନ୍ସିର କିଛି କାର୍ଯ୍ୟାନୁଷ୍ଠାନ ଏବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଅନୁମାନ କରାଯାଉଛି କି, କେନ୍ଦ୍ରୀୟ ଏଜେନ୍ସିକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି । ଏନେଇ ଲୋକଙ୍କ ମନରେ ଥିବା ଧାରଣାକୁ କେନ୍ଦ୍ର ସରକାର ଦୂର କରନ୍ତୁ । ଏହାସହ ଆପ୍ ନେତାଙ୍କୁ ରାଜନୈତିକ କାରଣରୁ ଗିରଫ କରାଯାଇଛି ବୋଲି ପିନାରାଇ ବିଜୟନ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କେରଳ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି, ସିସୋଦିଆଙ୍କ ମାମଲାର ଯାଂଚ ବେଳେ ତାଙ୍କ ଠାରୁ କୌଣସି ନଗଦ ଟଙ୍କା ମିଳିନାହିଁ । ସେ ଜଣେ ନିର୍ବାଚିତ ପ୍ରତିନିଧି, ଯାଂଚ ଏଜେନ୍ସିର ନୋଟିସ ଉପରେ ସେ ବାରମ୍ବାର ଜବାବ ଦେଇଛନ୍ତି ଓ ଯାଂଚରେ ସହଯୋଗ କରୁଥିବା ବେଳେ ତାଙ୍କୁ କିଭଳି ଗିରଫ କରାଗଲା ।
Kerala CM Pinarayi Vijayan writes to PM Modi over the arrest of former Delhi Deputy CM Manish Sisodia in the excise policy case pic.twitter.com/flOkelhsgF
— ANI (@ANI) March 7, 2023
ସୂଚନା ଥାଉକି, ସିସୋଦିଆଙ୍କ ଗିରଫକୁ ନେଇ ବିଜୟନଙ୍କ ପୂର୍ବରୁ ୯ଜଣ ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହିନେତାମାନେ କେନ୍ଦ୍ର ସରକାର କେନ୍ଦ୍ରୀୟ ଯାଂଚ ଏଜେନ୍ସିକୁ ରାଜନୈତିକ ସ୍ୱାର୍ଥ ଉର୍ଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା କଥା ଚିଠିରେ ଉଲ୍ଲେଖ କରିଥିଲେ । ଏହି ୯ଜଣ ନେତାଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲା, ଏନସିପି ମୁଖ୍ୟ ଶରଦ ପାୱାର ସାମିଲ ଅଛନ୍ତି ।