ଅତ୍ୟଧିକ ଋଣ ଦେଶର ଅର୍ଥନୀତି ପାଇଁ ଆଣିପାରେ ସମସ୍ୟା: ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍ କହିଲା ଆବଶ୍ୟକଠୁ ଅଧିକ ଋଣ ନେଇଛନ୍ତି ଭାରତ ସରକାର

1,376

କନକ ବ୍ୟୁରୋ: ଭାରତର ଅର୍ଥନୀତି ପାଇଁ ଘାତକ ସାଜିପାରେ ଦେଶର ଋଣ ଭାର । ଏନେଇ ସତର୍କ କରିଛି ବିଶ୍ୱସ୍ତରୀୟ ଅର୍ଥନୈତିକ ସର୍ଭେ ସଂସ୍ଥା ମୁଡିସ୍ । ଅନ୍ୟ ଦେଶ ତୁଳନାରେ ଭାରତ ଆବଶ୍ୟକଠୁ ଅଧିକ ଋଣ ନେଇଥିବାରୁ ଆଗାମୀ ଦିନରେ ଦେଶର ଅର୍ଥନୀତି ଉପରେ ବଡ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ କରିଛି ସଂସ୍ଥା । ତେବେ ସଠିକ ଭାବେ ଯଦି ରାଜସ୍ୱ ସଂଗ୍ରହ ନହୁଏ ତେବେ ଏହା ବିପଦ ଆଣିପାରେ ବୋଲି ଆକଳନ କରାଯାଇଛି ।

ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍ ଭାରତ ପାଇଁ ଆଶଙ୍କା ପ୍ରକାଶ କରିଛି । ଭାରତର ସରକାର ଆବଶ୍ୟକଠୁ ଅଧିକ ଋଣ ନେଇଛନ୍ତି । ଯାହା ଦେଶର ଅର୍ଥନୀତି ପାଇଁ ସମସ୍ୟା ଆଣିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ମୁଡିସ୍ ।

ଭାରତ ସରକାର ବହୁତ ଋଣ ନେଇଛନ୍ତି । ରାଜସ୍ୱ ଦୃଷ୍ଟିରୁ ଭାରତ ଅଧିକ ଋଣ ଆଣିଛନ୍ତି । ଯଦି ରାଜସ୍ୱ ସଂଗ୍ରହ ଆଶାନରୂପକ ନରହିବ ତେବେ ଦେଶର ଅର୍ଥନୀତି ଅବନତି ହେବାର ଆଶଙ୍କା ରହିଛି । ଏବେ ଏଭଳି କିଛି ଆଶଙ୍କା ପ୍ରକାଶ କରିଛନ୍ତି ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍ ସହକାରୀ ପରିଚାଳନା ନିର୍ଦ୍ଦେଶ ଜିପି ଫାଙ୍ଗ । ବିଏଏଏ ରେଟିଂ ପାଇଥିବା ଦେଶଗୁଡିକର ହାରାହାରୀ ସରକାରୀ ଋଣ ହାର ଜିଡିପିର ୫୬% ରହିଛି । ଭାରତରେ ଏହା ୮୧.୮% ଭଳି ଉଚ୍ଚସ୍ତରରେ ରହିଛି । ରାଜସସ୍ୱ ଦୃଷ୍ଟିରୁ ଭାରତ ଅଧିକ ସୁଧରେ ଋଣ ଆଣିଛି । ଅନ୍ୟ ବିଏ ରେଟିଂ ଦେଶରେ ରାଜସ୍ୱ ଅନୁସାରେ ସୁଧ ପେମେଂଟ ହାର ୮.୪ ପ୍ରତିଶତ ରହିଛି । ଭାରତରେ ସେହି ହାର ୨୬ ପ୍ରତିଶତରେ ରହିଛି ।

ଚଳିତ ଆର୍ଥିକବର୍ଷରେ କେନ୍ଦ୍ର ସରକାରଙ୍କ ରାଜସ୍ୱ ହ୍ରାସ ହେବାର ଅଶାଙ୍କା ରହିଛି । ଏଭଳି ସ୍ଥିତିରେ ସରକାରଙ୍କ ଉପରେ ପଡିବାକୁ ଥିବା ବିତ୍ତୀୟ ଚାପକୁ ନେଇ ଆଶଙ୍କା ପ୍ରକାଶ କରିଛି ରେଟିଂ ଏଜେନ୍ସି ମୁଡିସ୍ ।

ଭାରତକୁ ମୁଡିସ୍ ବିଏଏ୩ ରେଟିଂ ପ୍ରଦାନ କରିଛି । ନିକଟରେ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଅଭିଯୋଗ ଆଣିଥିଲା । ଦଳ କହିଥିଲା ମୋଦୀ ସରକାଙ୍କ ୯ବର୍ଷ ଶାସନ କାଳରେ ସରକାରୀ ଋଣ ୩ଗୁଣା ବୃଦ୍ଧି ପାଇଛି । ୧୫୫ଲକ୍ଷ କୋଟି ଟଙ୍କର ହୋଇଛି । ୯ବର୍ଷ ଭିତରେ ,ହା ୩ଗୁଣା ବୃଦ୍ଧି ପାଇଛି । ୨୦୧୪ ପରଠୁ ଦେଶର ଋଣ ୧୦୦ଲକ୍ଷ କୋଟି ଟଙ୍କା ବଢିଛି । ଅର୍ଥନୀତିର ଏଭଳି ସ୍ଥିତି ପାଇଁ ମୋଦୀ ସରକାର ଦାୟୀ ବୋଲି କହିଥିଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ ।

ଏହି ଚିନ୍ତାଜନକ ଖବର ଭିତରେ ମୁଡିସ୍ କହିଛି ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ୬ରୁ ୬.୩ ପ୍ରତିଶତ ହାରର ଅଭିବୃଦ୍ଧି ହାସଲ କରିବ । ଭାରତ ଏକ ବଡ ଓ ବିବଧ ଅର୍ଥନୀତି ହୋଇଥିବାରୁ ଏହାର ଅଭିବୃଦ୍ଧି ସମ୍ଭାବନା ଅଧିକ ରହିଛି । ସାରା ବିଶ୍ୱରେରେ ମାନ୍ଦାବବସ୍ଥା ଲାଗିରହିିବା ସତ୍ୱେ ୨୦୨୨୦୨୩ରେ ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି ।