ବିନା ମାଟିରେ ଡ୍ରାଗନ ଫ୍ରୁଟ୍ ଚାଷ: ମାଟି ତୁଳନାରେ ହେଉଛି ଭଲ ଅମଳ

327

କନକ ବ୍ୟୁରୋ: ବିନା ମାଟିରେ ଡ୍ରାଗନ ଫ୍ରୁଟ୍ । ଏହି ଚାଷ ପାଇଁ ନା ମାଟିର ଆବଶ୍ୟକତା ରହିଛି ନା ଅଧିକ ଜାଗା । ଅତି ସହଜରେ ନିଜ ଛାତ ଉପରେ ଏହି ଚାଷ କରିପାରିବେ ଚାଷୀ । ଗୋଟିଏ ଗୋଟିଏ ଗଛରୁ ପାଖାପାଖି ୧୨ରୁ ୩୦ କିଲୋ ପର୍ଯ୍ୟନ୍ତ ଏହି ଫଳ ଅମଳ ହୋଇପାରିବେ ଲୋକେ । ମଧୁମେହ, କ୍ୟାନସର, ଉଚ୍ଚ ରକ୍ତଚାପ, ଚର୍ମ ସମସ୍ୟା ପାଇଁ ଏହା ବେଶ ଉପାଦେୟ । ତେଣୁ ବଜାରରେ ଏହି ଫଳର ବେଶ ଚାହିଦା ରହିଛି । ଚାଷୀ ମାନେ ମଧ୍ୟ ଏହି ଚାଷକୁ ଆପଣାଇ ବେଶ ଲାଭବାନ ହେଉଛନ୍ତି । ତେବେ ଭାରତୀୟ ଜଳ ପରିଚାଳନା ସଂସ୍ଥାନ ପରିସରରେ ବୁନ୍ଦା ଜଳସେଚନ ପ୍ରକ୍ରିୟାରେ ବିନା ମାଟିରେ ଏହି ଫଳ ଚାଷ କରାଯାଇଛି । ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ଚାଷ ଏବେ ବେଶ ଭଲ ହୋଇଛି । ୪ ପ୍ରକାର ସମାଗ୍ରୀକୁ ନେଇ ଏହା ପରୀକ୍ଷା କରାଯାଇଥିବା ବେଳେ ନଡ଼ିଆ କତା ଓ ଗୁଣ୍ଡ ନଡ଼ିଆ କତାରେ ଏହି ଚାଷ ମାଟି ତୁଳନାରେ ଭଲ ଅମଳ ଦେଉଛି । କମ୍ ପାଣି, କମ୍ ଟଙ୍କା ବିନିଯୋଗରେ ଜଣେ ଚାଷୀ ଏହି ଚାଷ ଦ୍ୱାରା ବେଶ ଲାଭବାନ ହୋଇପାରିବ ବୋଲି କହିଛନ୍ତି ଭାରତୀୟ ଜଳ ପରିଚାଳନା ସଂସ୍ଥାନର ବୈଜ୍ଞାନିକ ପ୍ରତିଭା ସାହୁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଚାଷ ପାଇଁ ୧୫ ଦିନରେ ଥରେ ମାତ୍ର ୨ଲିଟର ପାଣି ଦିଆଯାଉଛି । ଗଛ ଲଗାଇବାର ୯ ମାସ ଭିତରେ ଫଳ ଦେଉଛି ଏହି ଗଛ ।