ଚର୍ଚ୍ଚାରେ ମାଲକାନଗିରିର ୭୨ ବର୍ଷିୟ ଆମ୍ବ ଚାଷୀ ରମେନ ସାଧୁ: ତାଙ୍କ ବଗିଚାରେ ରହିଛି ୫୦ରୁ ଅଧିକ ପ୍ରଜାତିର ଆମ୍ବ

255

କନକ ବ୍ୟୁରୋ: ୭୨ ବର୍ଷରେ ବି ଫିଟ୍ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଜଣେ ଆମ୍ବ ଚାଷୀଙ୍କ କଥା । ଯିଏ ଦିର୍ଘ ୨ ଦଶନ୍ଦି ଧରି ଆମ୍ବ ଚାଷ କରି ନିଜ ଗୁଜରାଣ ମେଂଟାଉଥିବା ବେଳେ ତାଙ୍କ ବଗିଚାର ଆମ୍ବର ଚାହିଦା ଏବେ ସାରା ସହରରେ ରହିଛି । କାରଣ ୫୦ରୁ ଅଧିକ ପ୍ରକାରର ଭଳିକି ଭଳି ଆମ୍ବ ତାଙ୍କ ବଗିଚାରେ ରହିଛି । ଆଉ ସମ୍ପୂର୍ଣ ଜୈବୀକ ପଦ୍ଧତିରେ ଆମ୍ବ ଉତ୍ପାଦନ ହୋଉଥିବାରୁ ଆମ୍ବ ପ୍ରେମୀ ମାନେ ଆମ୍ବ କିଣିବା ପାଇଁ ତାଙ୍କ ଘରେ ଭିଡ ଜମାଇଥାଆନ୍ତି ।

ଚାରିଆଡେ ଆମ୍ବର ପସରା । ୫ଏକର ଚାଷ ଜମିରେ ଲାଗିଛି ୨୦୦ରୁ ଅଧିକ ଆମ୍ବ ଗଛ । ଆଉ ପବନରେ ଦୋଳି ଖେଳୁଛି ଅମ୍ରପାଲି, ମଲିକା, ବାଇଗଣପଲେଇ, ତୋତାପରି, ଲ୍ୟାଙ୍ଗଡା, ହାତି ଆମ୍ବ ପରି ୫୦ରୁ ଉଦ୍ଧ୍ୱର୍ କିସମର ସୁଆଦିଆ ଆମ୍ବ ।

୨୦ ବର୍ଷ ବୟସରେ ଛତିଶଗଡ ମାନା କ୍ୟାମ୍ପ ଠାରୁ ଆଇଟିଆଇ ପାସ କରି ରାୟପୁରରେ ଚାକିରି ପାଇଥିଲେ ରମେନ ବିଶ୍ୱାସ । ତେବେ ଦୁରରେ ଚାକିରି କରିବାକୁ ପରିବାର ଲୋକେ ବାରଣ କରିବାରୁ, ଛତିଶଗଡ ପାଖାନଜୋର ଠାରେ ଏକ ଆଶ୍ରମକୁ ଚାଲିଯାଇଥିଲେ ରମେନ ବିଶ୍ୱାସ । ସେଠାରେ ତାଙ୍କ ଗୁରୁ ନିଳକାନ୍ତ ଗୋସ୍ୱାମୀଙ୍କ ଗାଡି ଚାଳକ ଭାବେ ପ୍ରାୟ ୨ ଦଶନ୍ଦି ଧରି ସେବା କରିବା ପରେ ନିଜ ଘର ମାଲକାନଗିରିକୁ ଫେରିଥିଲେ ରମେନ । ଆଉ ସେବେଠାରୁ ରମେନ ସାଧୁ ନାମରେ ପରିଚୟ ଲାଭ କରି ଚାଷ କାମରେ ନିଜକୁ ନିୟୋଜିତ କରିଥିଲେ ରମେନ ସାଧୁ । ଆଉ ବିନା କୌଣସି ସରକାରୀ ଅନୁଦାନରେ ଗତ ୨୦ ବର୍ଷ ପୁର୍ବେ ଲଗାଇ ଥିବା ୨୦୦ ରୁ ଉର୍ଧ ଆମ୍ବ ଚାରା ଏବେ ବିଶାଳ ବଗିଚାର ରୁପ ନେଇଛି । ଆଉ ନିଜ ପରିବାର ପ୍ରତିପୋଷଣ କରିବାର ମାଧ୍ୟମ ପାଲଟିଛି ଏହି ଆମ୍ବ ବାଗିଚା ।

ମାଲକାନଗିରି ସହର ଠାର ମାତ୍ର ୬ କିଲୋମିଟର ଦୁର ୩୨୬ ନଂ ଜାତୀୟ ରାଜପଥ କଡରେ ରହିଛି ରମେନ ସାଧୁଙ୍କ ଆମ୍ବ ବଗିଚା । ବିନା କୌଣସି ରାସାୟନିକ ପଦାର୍ଥ ବ୍ୟାବହାର କରି ସମ୍ପୁର୍ଣ ଜୈବୀକ ପଦ୍ଧତିରେ ଏଠାରେ ଆମ୍ବ ଚାଷ କରନ୍ତି ରମେନ ସାଧୁ । ଆଉ ଆମ୍ବ ଅମଳ ହେବା ମାତ୍ରେ ପ୍ରତିଦିନ ରମେନ ନିଜ ମୋଟର ସାଇକେଲ ଯୋଗେ ମାଲକାନଗିରି ସହର ବୁଲି କୁି୍ୟଂଟାଲ କୁି୍ୟଂଟାଲ ଆମ୍ବ ବିକ୍ରି କରୁଥିବା ବେଳେ ତାଙ୍କ ସ୍ତ୍ରୀ ଆଲୋମତି ବିଶ୍ୱାସ ଘରକୁ ଆସୁ ଥିବା ଗ୍ରାହକଙ୍କୁ ସୁଲଭ ଦରରେ ଆମ୍ବ ବିକ୍ରି କରନ୍ତି । ରମେନ ସାଧୁଙ୍କ ବଗିଚାର.. ଅମ୍ରପାଲି, ଦଶହରୀ ଓ ଲେଙ୍ଗଡା ଆମ୍ବ କିଲୋ ପ୍ରତି ୩୦ ରୁ ୫୦ ଟଙ୍କା ବାଇଗଣପଲେଇ ଆମ୍ବ ୪୦ ରୁ ୬୦ ଟଙ୍କା, ମଲିକା, ହାତି ଆମ୍ବ ୪୦ ରୁ ୬୦ ଟଙ୍କା, ସୁନ୍ଦରି, ତୋତାପରି ୬୦ ରୁ ୮୦ ଟଙ୍କା କିଲୋ ପିଛା ବିକ୍ରି ହୋଉଥିବା ବେଳେ ଆକାର ଅନୁଯାଇ ୧୦ ରୁ ୨୦ ଟଙ୍କା ଦରରେ ମଧ୍ୟ ଆମ୍ବ ବିକ୍ରି କରନ୍ତି । ଆମ୍ବ ପଚେଇବା ପାଇଁ କାରବାଇଡ କିମ୍ବା କୌଣସି କେମିକାଲ ବ୍ୟାବହାର ହୋଉନଥିବାରୁ ରମେନ ସାଧୁଙ୍କ ଆମ୍ବର ଚାହିଦ ଯଥେଷ୍ଟ ଅଧିକ । ଯାହାକୁ କିଣିବା ଲାଗି ଜିଲ୍ଲା ତଥା ଜିଲ୍ଲା ବାହାର ସମେତ ପଡୋଶୀ ଛତିଶଗଡର ଗ୍ରାହକ ମାନେ ଆସି ରମେନ ସାଧୁଙ୍କ ଘରେ ଭିଡ ଜମାନ୍ତି ।

ଗୁଜୁରାଟରେ ସଫଳ ହୋଇ ଥିବା ଓାଡି ପ୍ରକଳ୍ପ ମାଧ୍ୟମରେ ୨୦୦୭ ମସିହା ଠାରୁ ନାବାର୍ଡ ଜରିଆରେ ଜିଲ୍ଲାରେ ହେକ୍ଟର ହେକ୍ଟର ଆମ୍ବ ଚାଷ କରା ଯାଇ ପ୍ରତି ବର୍ଷ ଟନ୍ ଟନ୍ ଆମ୍ବ ଉତ୍ପାଦନ ହୋଉଛି । ତେବେ ଜିଲ୍ଲାରେ ଆମ୍ବ ମଣ୍ଡି କିମ୍ବା ଉଚିତ ବଜାର ଓ ଶିତଳ ଭଣ୍ଡାରର ସୁବିଧା ଯୋଗାଇ ଦିଆଗଲେ ହୁଏତ ରମେନ ସାଧୁଙ୍କ ପରି ହଜାର ହଜାର ଆମ୍ବ ଚାଷୀ ବେଶ ଉପକୃତ ହୋଇପାରନ୍ତେ ।