ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପରେ ବିରୋଧରେ ଦୁସ୍କର୍ମ ଅଭିଯୋଗ । କୋର୍ଟରେ ଦୁୂସ୍କର୍ମ ପିଡିତା ସାମ୍ବାଦିକା କହିଲେ ୩୦ ବର୍ଷ ତଳର ଲୋମଟାଙ୍କୁରା କଥା

269

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପରେ ବିରୋଧରେ ଦୁସ୍କର୍ମ ଅଭିଯୋଗ । ଜଣେ ମହିଳା ସାମ୍ବାଦିକ ଟ୍ରମ୍ପଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ୩୦ ବର୍ଷ ପୂର୍ବରୁ ଟ୍ରମ୍ପ ତାଙ୍କୁ ଦୁର୍ସ୍କମ କରିବା ସହ ଘଟଣାକୁ ଚାପି ଦେଇଥିଲେ । ଟ୍ରମ୍ପ ଏଥର ଆମେରିକା ନିର୍ବାଚନରେ ପୁଣି ଥରେ ରିପବ୍ଲିକାନ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ବିରୋଧରେ ଏହି ଅଭିଯୋଗ ତାଙ୍କୁ ମହଙ୍ଗା ପଡିପାରେ । ବୁଧବାର ଆମେରିକାର ଏକ କୋର୍ଟରେ ମହିଳା ସାମ୍ବାଦିକା ଇ ଜେନ କ୍ୟାରୋଲ କହିଛନ୍ତି, ଟ୍ରମ୍ପ ତାଙ୍କୁ ଦୁସ୍କର୍ମ କରିଥିବାରୁ ସେ ଆଜି ଏଠାରେ ଅଛନ୍ତି । ସେ ଏନେଇ ଲେଖିବା ପରେ ଟ୍ରମ୍ପ ଏହାକୁ ମିଛ କରିଥିଲେ । ମିଛ କହିବା ସହ ତାଙ୍କ ସମ୍ମାନ ନଷ୍ଟ କରିଥିଲେ ବୋଲି କହିଛନ୍ତି । ୭୯ ବର୍ଷିୟ ଏହି ସାମ୍ବାଦିକା କହିଛନ୍ତି, ୧୯୯୫ ମସିହା ଶେଷ ସମୟରେ ଟ୍ରମ୍ପ ତାଙ୍କୁ ଏକ ଷ୍ଟୋରର ଡେସିଂ ରୁମରେ ତାଙ୍କ ସହ ଦୁସ୍କର୍ମ କରିଥିଲେ । ପରେ କୌଶଳ କ୍ରମେ ସେ ଖସିଯାଇଥିଲେ । ତେବେ ଟ୍ରମ୍ପ ଏହାକୁ ଏକ ସ୍ମାମ ବୋଲି କହିଛନ୍ତି । ତାଙ୍କ ସହ ରାଜନୈତିକ ଚକ୍ରାନ୍ତ କରାଯାଇଥିବା କହିଛନ୍ତି ଟ୍ରମ୍ପ ।