ସମଲିଙ୍ଗୀ ବିବାହକୁ ନେଇ ଥମୁନି ବିବାଦ । ସମଲିଙ୍ଗୀମାନେ କିପରି ପାଇବେ ସାମାଜିୟ ନ୍ୟାୟ, କେନ୍ଦ୍ରକୁ ପକ୍ଷ ରଖିବାକୁ କହଲେ ସୁପ୍ରିମକୋର୍ଟ

131

କନକ ବ୍ୟୁରୋ : ସମଲିଙ୍ଗୀ ସମ୍ପକକୁ ନେଇ ବିବାବ ବଢୁଥିବା ବେଳେ କେନ୍ଦ୍ରକୁ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ବିବାହ ନ କରି କିପରି ସେମାନେ ସାମାଜିକ ସୁବିଧା ଏବଂ ନ୍ୟାୟ ପାଇପାରିବେ ତାହା ଉପରେ ଜଣାଇବାକୁ କହିଛନ୍ତି ସର୍ବୋଚ କୋର୍ଟ । ମିଳିତ ବ୍ୟାଙ୍କ ଆକାଉଂଟ, ଇନସ୍ୟୁରାନ୍ସ ପଲିସିରେ ନୋମିନି ସେମାନେ କିପରି ରଖିପାରିବେ ସେନେଇ ଗୁରୁବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ ହୋଇଥିବା ଆବେଦନଗୁଡିକର ବିଗତ ୫ ଦିନ ହେବ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟର ୫ ଜଣିଆ ବେଂଚ । ଏଭଳି ବିବାହକୁ ଅନୁମତି ନଦେବା ମୌଳିକ ଅଧିକାର ଉଲଙ୍ଘନ ବୋଲି ଦାବି କରିଛନ୍ତି ଆବେଦନକାରି । ତେବେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଏହା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ । ଆଇନ ଆମେ ପ୍ରଣୟନ କରିପାରିବୁ ନାହିଁ । ସଂସଦରେ ନିୟମ ପ୍ରଣୟନ ହୁଏ । କିନ୍ତୁ କିଭଳି ସମଲିଙ୍ଗୀମାନେ ସାମାଜିକ ସ୍ୱୀକୃତି ପାଇବେ ତାହା କେନ୍ଦ୍ର ସରକାର ଜଣାଇବେ । ପୂର୍ବରୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିବାର ସମଲିଙ୍ଗୀ ବିବାହକୁ ସହରର ସମ୍ଭ୍ରାନ୍ତଶ୍ରେଣୀର ଚିନ୍ତାଧାରା ବୋଲି କହିସାରିଛନ୍ତି କେନ୍ଦ୍ର ସରକାର ।