ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ରାଜନୀତିରେ ହାଇଡ୍ରାମା, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣକୁ ବିରୋଧ କରି ଥାନାରେ ମାମଲା

282

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଏତଲା । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଗୁରୁବାର ଶାହାଙ୍କ ବିରୋଧରେ ବେଙ୍ଗାଲୁରର ହାଇ ଗ୍ରାଉଣ୍ଡ ଥାନାରେ ଏତଲା ଦେଇଛନ୍ତି । ଉସୁକାଇବା ଭଲି ଭାଷଣ ହେବା, ଶତ୍ରତା ବଢାଇବା, ଘୃଣା ଭାଷଣ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଯଦି କଂଗ୍ରେସ ସରକାରକୁ ଆସେ ତେବେ ସାମ୍ପ୍ରଦାୟିକ ଦଙ୍ଗା ହେବ ବୋଲି କହିଥିଲେ । ତେବେ କିପରି ଶାହା ଏପରି କହିପାରୁଛନ୍ତି ବୋଲି ପ୍ରଶ୍ନ କରିଛଇ କଂଗ୍ରେସ । ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ । କଂଗ୍ରେସ ଅଭିଯୋଗ କରିଛି ଯେ, ବୁଧବାର କର୍ଣ୍ଣାଟକର ଏକ ରାଲିରେ ଶାହା କଂଗ୍ରେସର ଚରିତ୍ରକୁ ଖରାପ ଦର୍ଶାଇଥିଲେ । ସାମ୍ପ୍ରଦାୟିକତା ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ । ଯାହାର ଯବାବ ରଖିଛି ବିଜେପି । ତେବେ ଆସନ୍ତା ୧୦ ତାରିଖରେ ହେବାକୁ ଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ।