କିନ୍ନର ସଂଗଠନରେ ଫାଟ  । ସଂଘ ମୁଖ୍ୟଙ୍କ ବିରୋଧରେ କିନ୍ନର ସଂଘ ସଦସ୍ୟଙ୍କ ଜୋରଦାର ପ୍ରତିବାଦ  ।

195

କନକ ବ୍ୟୁରୋ: କିନ୍ନର ସଂଗଠନରେ ଫାଟ । ମୀରା, ସାଧନା, ମେଘନା, କାଜଲଙ୍କ ବିରୋଧରେ କିନ୍ନର ସଂଘ ସଦସ୍ୟଙ୍କ ଜୋରଦାର ପ୍ରତିବାଦ । ଲୋଏର ପିଏଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘ ।

କୋଟିଏରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଶଖା ଏନଜିଓକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି  । ସିଫାର ଏନଜିଓକୁ ସିବିଆଇ ତଦନ୍ତ ପରିସର ଭୁକ୍ତ ଅଣାଯାଉ ବୋଲି ମଧ୍ୟ ଦାବି କରିଛନ୍ତି । ଭଦ୍ରକ ଜିଲ୍ଲାରେ ହୋଇଥିବା ୨ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ମଧ୍ୟ ଦାବି ରଖିଛନ୍ତି ।