ସଙ୍ଗୀତ ମହାବିଦ୍ୟାଳୟରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ମାମଲାରେ ନୂଆ ମୋଡ଼ । କ୍ୟାପିଟାଲ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା

195

କନକ ବ୍ୟୁରୋ:  ସଙ୍ଗୀତ ମହାବିଦ୍ୟାଳୟରୁ ଛାତ୍ରୀ ନିଖୋଜ । ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ହୋଇଥିବା ନେଇ ଅଭିଯୋଗ । ନିଖୋଜ ଛାତ୍ରୀ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ଅଂଚଳର ଶୁଭାସିନି ମଲ୍ଲିକ । ସେ ହଷ୍ଟେଲରେ ଥିବା ସମୟରେ ଜୁଲାଇ ୨ରୁ କେଉଁଆଡେ ନିଖୋଜ ହୋଇଯାଇଛନ୍ତି ।

କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା । ତେବେ ଛାତ୍ରୀଙ୍କ ଦେହ ଅସୁସ୍ଥ ଥିବା କହି ଜଣେ ବ୍ୟକ୍ତି ତାଙ୍କ ମାମୁଁଙ୍କ ପରିଚୟ ଦେଇ ଓ ରେଜିଷ୍ଟ୍ରାରରେ ଦସ୍ତଖତ କରି ତାଙ୍କୁ ହଷ୍ଟେଲରୁ ନେଇଯାଇଛନ୍ତି । ହେଲେ ଛାତ୍ରୀଙ୍କ ବାପାଙ୍କର ଅଭିଯୋଗ ପରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।