କାଳ ହେଲା ଅନଲାଇନ୍ ଭିଡ଼ିଓ ଗେମ୍ । ଖେଳରେ ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ

382

କନକ ବ୍ୟୁରୋ: କାଳ ହେଲା ଅନଲାଇନ୍ ଭିଡ଼ିଓ ଗେମ୍ । ଖେଳରେ ୧୦ ହଜାର ଟଙ୍କା ହାରିଯିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ୨୩ ବର୍ଷିୟ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁରେ ।

ଗାଁର ଆଶିଷ ଦାସ ନାମକ ଯୁବକ ଦୀର୍ଘ ଦିନ ହେଲା ମୋବାଇଲରେ ଅନଲାଇନ୍ ଗେମ୍ ଖେଳୁଥିଲେ । ଏକକାଳିନ ୧୦ ହଜାର ଟଙ୍କା ହାରିଯିବାରୁ ଗତକାଲି ସଧ୍ୟାରେ ଘରେ କେହି ନଥିବା ସମୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ଼ ନୋଟ୍ରେ ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଆଳି ଥାନାରେ ପରିବାର ଲୋକ ଏନେଇ ଅଭିଯୋଗ କରିଛନ୍ତି ।