ବାତ୍ୟା ସିତ୍ରାଙ୍ଗ ପ୍ରଭାବ : ବାଂଲାଦେଶରେ ୩୫ଜଣଙ୍କ ମୃତ୍ୟୁ; ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା

82

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ବାଂଲାଦେଶରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମରୁ ଜଣାପଡ଼ିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଛୁଇଁବା ପରେ ବରିଷଲ ନିକଟରେ ତାଣ୍ଡବ ରଚିଛି । ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବାତ୍ୟା ସିତ୍ରାଙ୍ଗ ଯୋଗୁଁ ବଡ଼ ବଡ଼ ଗଛ ଉପୁଡି ପଡିବାରୁ ଯାତାୟତ ପ୍ରଭାବିତ ହୋଇଛି । ବ୍ୟାପକ ଘର ଦ୍ୱାର ନଷ୍ଟ ହୋଇଥିବା ବେଳେ ବିଦ୍ୟୁତ ସରବରାହ ମଧ୍ୟ ଠପ୍ ହୋଇପଡିଛି । ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁର କ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟନ କରାଯାଉଛି । ବାଂଲାଦେଶ ସରକାରଙ୍କ ସୂଚନା ଅନୁସାରେ ୧୦ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୫ ହଜାର ଏକର ଜମିର ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିଶେଷ କରି ବାଂଲାଦେଶର ବରଗୁଣା, ନରାଲି, ସିରାଜଗଂଜ ଓ ଭୋଲ ଜିଲ୍ଲାରେ ବ୍ୟାପକ ଧନଜୀବନ ହାନୀ ହୋଇଛି ।