ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ହୋଟେଲ ଓ ମଠରେ ଭକ୍ତଙ୍କ ଗହଳି । ଭକ୍ତଙ୍କୁ ପରସା ଯାଉଛି ସାତ୍ୱିକ ଭୋଜନ ।

213

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ୧୯ ତାରିଖରେ ନବଯୌବନ ଦର୍ଶନ ପରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ତେବେ ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ଥିବାବେଳେ ବର୍ଷକୁ ଥରେ ଭକ୍ତଜନଙ୍କୁ ଦର୍ଶନ ଦେବାପାଇଁ ପଦାକୁ ବାହାରି ଆସନ୍ତି ଶ୍ରୀଜୀଉ । ସେହି ବିରଳ ମୁହୂର୍ତକୁ ଅନାଇ ରହିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀର ବିଭିନ୍ନ ହୋଟେଲ ଓ ମଠରେ ପହଞ୍ଚିଲେଣି ଜଗନ୍ନାଥପ୍ରେମୀ । ଆଉ ରଥଯାତ୍ରା ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ଭକ୍ତଙ୍କୁ ପରସା ଯାଉଛି ସାତ୍ୱିକ ଭୋଜନ ।

  • ରଥଯାତ୍ରା ବେଳେ ରହିବେ କେଉଁଠି?
  • ହୋଟେଲ ଓ ମଠରେ ଭକ୍ତଙ୍କ ଗହଳି

ପ୍ରତିବର୍ଷ ରଥଯାତ୍ରା ସମୟରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ରଥଯାତ୍ରାର ବହୁ ପୂର୍ବରୁ ହୋଟେଲ, ମଠ ଓ ଧର୍ମଶାଳାଗୁଡିକରେ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଭକ୍ତ ଆସ୍ଥାନ ଜମାଇଥାନ୍ତି । ଏମିତି ଏକ ମଠରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍, ଯେଉଁଠି ବଙ୍ଗୀୟ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ରାଧାକାନ୍ତ ମଠରେ ଭକ୍ତମାନଙ୍କୁ କିଭଳି ସାତ୍ୱିକ ଆହାର ପରସି ଦିଆଯାଉଛି । ରଥ ଯାତ୍ରାକୁ ଆସୁଥିବା ଭକ୍ତମାନେ ସୁଦ୍ଧ ଓ ସାତ୍ୱିକ ଆହାର କରିଥାନ୍ତି । ସେଥିପାଇଁ ପୁରୀରେ ଥିବା ମଠଗୁଡିକ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଯେମିତି ସୁଲଭ ଦରରେ ଖାଇପାରିବେ ସେଥିପାଇଁ ମଧ୍ୟ ବନ୍ଦୋବସ୍ତ ହୋଇଛି ।

ଶ୍ରୀଜଗନାଥଙ୍କ ଭିତରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅନୁଭବ କରନ୍ତି ବୈଷ୍ଣବ ଧର୍ମାବଲମ୍ବୀ । ସୁଦୂର ଋଷିଆରୁ ଆସିଥିବା ଭକ୍ତ କିଭଳି ପ୍ରଭୁ ପ୍ରେମରେ ବିଭୋର ହୋଇପଡିଛନ୍ତି ତାହା ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ଥିବାବେଳେ ବର୍ଷକୁ ଥରେ ଭକ୍ତଜନଙ୍କୁ ଦର୍ଶନ ଦେବାପାଇଁ ପଦାକୁ ବାହାରି ଆସନ୍ତି । ସେହି ବିରଳ ମୁହୂର୍ତକୁ ଅନାଇ ରହିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥିପାଇଁ ବହୁ ପୂର୍ବରୁ ବିଦେଶରୁ ଆସି ପହଞ୍ଚିଯାଇଛନ୍ତି ଭକ୍ତ ।