ଆଗାମୀ ବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମ୍ପନ୍ନ ହେବ ସମସ୍ତ କାର୍ଯ୍ୟ

168

କନକ ବ୍ୟୁରୋ : ୨୦୨୪ ଜାନୁଆରୀ ମାସ ୨୨ ତରିଖରେ ଅଯୋଧ୍ୟାରେ ନିର୍ମିତ ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେବା ସହ ତାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ହେବ ସମ୍ପନ୍ନ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିପୁଳ ମାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସମ୍ଭାବନା ରହିଛି । ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହି ଦିନ ୨୧ ଲକ୍ଷ ଦୀପ ପ୍ରଜ୍ୱଳନ କରାଯାଇ ଦୀପତ୍ସୋବ ପାଳନ କରାଯିବ । ଆଲୋକମାଳାରେ ସୁସଜ୍ଜିତ ହେବ ପୂରା ଅଯୋଧ୍ୟା । ନିର୍ମାଣ କାର୍ଯ୍ୟ ଜୋରସୋର ଚାଲିଛି । ଚଳିତବର୍ଷ ଶେଷ ସୁଦ୍ଧା ନିର୍ମାଣକାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକାଂଶ ସମୟରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏଠାରେ ପହଁଚି ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି । ବୁଧବାର ସଂଧ୍ୟାରେ ମଧ୍ୟ ଅଯୋଧ୍ୟାରେ ପହଁଚି ସ୍ଥିତିର ସମୀକ୍ଷା କରିଥିଲେ ।