ଓଡ଼ିଆ ଇଞ୍ଜିନିୟର ପ୍ରଭୁ ପ୍ରସାଦ ବିଶ୍ୱାଳଙ୍କ କମାଲ । ଆର୍ଟିଫିସିଆଲ ଇଂଟିଲିଜେନ୍ସ ବିନିଯୋଗ କରି ‘ବବ୍ ଇଜ ହିଅର ଟୁ ଏକ୍ସପ୍ଲାନ’ କରିଛନ୍ତି ବିକାଶ

282

କନକ ବ୍ୟୁରୋ : ଓଡ଼ିଆ ଇଞ୍ଜିନିୟର ପ୍ରଭୁ ବିଶ୍ୱାଳଙ୍କ କମାଲ । ପ୍ରସଂଶା କଲେ ଏଲନ ମସ୍କ । ୨୪ ବର୍ଷିୟ ପ୍ରଭୁ ବିଶ୍ୱାଳ ଆର୍ଟିଫିସିଆଲ ଇଂଟିଲିଜେନ୍ସ ‘ବବ୍ ଇଜ ହିଅର ଟୁ ଏକ୍ସପ୍ଲେନ’ ବିକାଶ କରିଛନ୍ତି । ‘ବବ୍ ଇଜ ହିଅର ଟୁ ଏକ୍ସପ୍ଲେନ’ ନାଁରେ ଏକ ଟୁଇଟର ଆକାଉଂଟ ଖୋଲିଛନ୍ତି । ଲୋକେ ଟୁଇଟ କରୁଥିବା ଜଟିଳ ଇଂରାଜୀ ଭାଷାକୁ ଏହା ଅତି ସରଳ ଇଂରାଜୀ ଭାଷାରେ ବୁଝାଇଦେଉଛି । କେବଳ ଇଂରାଜୀ ନୁହେଁ ବୁଝିପାରୁନଥିବା ଯେକୌଣସି ଟୁଇଟକୁ  ‘ବବ୍ ଇଜ ହିଅର ଟୁ ଏକ୍ସପ୍ଲେନ’କୁ ଟୁଇଟରରେ ଟ୍ୟାଗ କଲେ ସେମାନେ ସରଳ ଭାଷାରେ ଏହାକୁ ବୁଝାଇ ଦେଉଛନ୍ତି । ଆର୍ଟିଫସିଆଲ ଇଂଟିଲିଜେନ୍ସ ଓପନଏଆଇ ଚାର୍ଟଜିପିଟି-୪ ମଡେଲକୁ ବ୍ୟବହାର କରି ଏହାର ବିକାଶ କରିଛନ୍ତି ।