ଅଡୁଆରେ ମହମ୍ମଦ ଶାମୀ । ସୁପ୍ରିମ କୋର୍ଟ ପହଂଚିଲେ ସ୍ତ୍ରୀ ହସିନା ଜହାଁ, ଶାମୀଙ୍କୁ ଗିରଫ କରିବାକୁ ଆବେଦନ

4,739

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ଆଇପିଏଲ ମ୍ୟାଚରେ ବ୍ୟସ୍ତ ରହିଛନ୍ତି । ସେପଟେ ତାଙ୍କ ପତ୍ନୀ ହସିନା ଜହାଁ ଏବେ ହାଇକୋର୍ଟରୁ ଯାଇ ସିଧାସଳଖ ସୁପ୍ରିମ କୋର୍ଟରେ ପହଂଚିଛନ୍ତି । ୨୦୧୮ ରେ ହସିନା ଜହାଁ ସ୍ୱାମୀ ମହମ୍ମଦ ଶାମୀଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅଭିଯୋଗ ଆଣିଥିଲେ । ହେଲେ ଶାମୀ ସେସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହାପରେ ହାଇକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ହୋଇ ଶାମୀଙ୍କ ସ୍ତ୍ରୀ ଏବେ ସୁପ୍ରିମ କୋର୍ଟରେ ପହଂଚିଛନ୍ତି । ଏବେ ସେ ଶାମୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ଏବେ ମହମ୍ମଦ ଶାମୀଙ୍କ ସ୍ତ୍ରୀ ହାସିନା ଜହାଁ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଯେ, ଶାମୀଙ୍କର ପରକୀୟା ପ୍ରିତି ରହିଛି । ଏହାସହ ସେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଛନ୍ତି । ଏହାସହ ହସିନା ଜହାଁ କହିଛନ୍ତି କି କୌଣସି ତାରକାଙ୍କୁ ଆଇନରେ ସ୍ୱତନ୍ତ୍ର କୋହଳ ନମିଳୁ ।

ସୂଚନା ଥାଉକି, ୨୦୨୩ ମସିହାରେ କୋଲକତା ହାଇକୋର୍ଟ ଶାମୀଙ୍କ ବିପକ୍ଷରେ ରାୟ ଦେଇଥିଲେ । କୋର୍ଟ କହିଥିଲେ କି ଶାମୀ ତାଙ୍କ ସ୍ତ୍ରୀଙ୍କୁ ପ୍ରତିମାସ ଭରଣ ପୋଷଣ ବାବଦରେ ୧.୩୦ଲକ୍ଷ ଟଙ୍କା ଦିଅନ୍ତୁ । ଯାହା ମଧ୍ୟରୁ ଶାମୀଙ୍କ ଝିଅ ପାଇଁ ମାସିକ ୮୦ ହଜାର ଓ ତାଙ୍କ ପୂର୍ବ ପତ୍ନୀଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ମାସିକ ୫୦ ହଜାର ଟଙ୍କା ଦେବାକୁ କୋର୍ଟ ଆଦେଶ ଦେଇଥିଲେ । ହେଲେ ହସିନା ଜହାଁ ଏତିକି ଅର୍ଥ ନେବାକୁ ରାଜି ନୁହଁନ୍ତି । ସେ ମାସିକ ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି ।