ଓଡିଆ ଫିଲ୍ମ ‘ମୀନା’ ଫିଲ୍ମ ଫେଷ୍ଟିଭାଲ୍ ପୁରସ୍କୃତ : ପ୍ରଯୋଜକ ନବକିଶୋର ଦାସ ଗ୍ରହଣ କଲେ ପୁରସ୍କାର

111

କନକ ବ୍ୟୁରୋ : ଦାଦା ସାହେବ୍ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ମୀନା । ୨ଟି ବର୍ଗରେ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି । ଆୟୋଜିତ ଫେଷ୍ଟିଭାଲରେ ମୀନାକୁ ଉତ୍କର୍ଷ ନିର୍ମାତା ପ୍ରମାଣପତ୍ର ଏବଂ ୬୦ ଶ୍ରେଷ୍ଠ ପ୍ରତିଯୋଗୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି । ମୀନାର ଚଳଚ୍ଚିତ୍ରର ପ୍ରଯୋଜକ, କାହାଣୀ, ଚିତ୍ରନାଟ୍ୟ ନିର୍ଦ୍ଦେଶକ ଓ ସଂଳାପକାର ନବକିଶୋର ଦାସ ଏହି ସମ୍ମାନ ହାତେଇଛନ୍ତି ।

ଏପ୍ରିଲ ୩୦ ତାରିଖରେ ଦିଲ୍ଲୀ ଏନସିଆର ନଏଡାର ହୋଟେଲ ହାଇଡ୍ ଆୱେ ସୁଟସ୍ରେ ଅନୁଷ୍ଠିତ ହୋଇଯାଇଛି ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ବିତରଣ ଉତ୍ସବ । ଚଳଚ୍ଚିତ୍ର ମୀନା, କନ୍ୟା ସନ୍ତାନର ଗୁରୁତ୍ୱକୁ ନେଇ ନିର୍ମାଣ କରାଯାଇଛି । ୬୮ ମିନିଟର ଏହି ଚଳଚ୍ଚିତ୍ରରେ ଜଣେ କନ୍ୟା ସନ୍ତାନ କିପରି ସବୁ ପ୍ରତିବନ୍ଧକକୁ ପ୍ରତିହତ କରି ନିଜ ଉତ୍କର୍ଷତା ପ୍ରମାଣିତ କରିପାରିଛି ତାହା ଦର୍ଶାଯାଇଛି ।