ଗାଡି ଭିତରୁ ଜବତ ହେଲା ଗୋରୁ ଚମଡା । ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ଛକରେ ଉତ୍ତେଜନା ।

820

କନକ ବ୍ୟୁରୋ: ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ଛକରେ ଉତ୍ତେଜନା । ଗୋ ମାଂସ ବୋଝେଇ ଟ୍ରକ ଯାଉଥିବା ସନ୍ଦେହ କରି ସ୍ଥାନୀୟ ଲୋକ ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ି ଭିତରେ ଗୋରୁ ଚମଡ଼ା ରହିଥିବା ଦେଖିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଟ୍ରକକୁ ଓଲଟାଇବା ସହ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକ । ଟ୍ରକ ଡ୍ରାଇଭର ଓ ହେଲପରକୁ ଅଟକ ରଖିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଶହ ଶହ ଲୋକ ପହଁଚି ଯିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ଖବର ପାଇ ଘଟଣା ସ୍ଥଳରେ ଏକ ପ୍ଲାଟୁନ୍ ଫୋର୍ସ ସହ ପହଁଚିଥିଲା ପୁଲିସ । କିଛି ସମୟ ପରେ ନିୟନ୍ତ୍ରଣକୁ ଆସିଥିଲା ସ୍ଥିତି । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ବାରମ୍ବାର ଏପରି ଘଟଣା ଘଟୁଥିଲେ ବି ନିରବଦ୍ରଷ୍ଟ୍ରା ପାଲଟିଛି । ଏପଟେ ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ କରାଯାଉଥିବା କହିଛି ପୁଲିସ ।