୫୦ ବର୍ଷର ରେକର୍ଡ ଭାଙ୍ଗିଲା ଖରା । ଆହୁରି ୩ ଦିନ ତାତିରୁ ତ୍ରାହି ନାହିଁ

984

କନକ ବ୍ୟୁରୋ : ଯେଉଁ ଖବର କିଛି ଦିନ ହେଲା ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରି ପକାଉଛି । ଡହ ଡହ ଖରାରେ ଡହଳବିକଳ ହେଉଛି ଜନ ଜୀବନ । ଦୀର୍ଘ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ଖରା । ଗଲା ୫୦ ବର୍ଷରେ ଏଭଳି ଖରା ଦେଖିବାକୁ ମିଳିନଥିଲା । ଏବର୍ଷ ବର୍ତମାନ ସୁଦ୍ଧା ୨୧ଟି ଗ୍ରୀଷ୍ମ ଲହରି ଦିନ ହେଲାଣି । ପାଣିପାଗ ବିଭାଗର ଆକଳନ ଆହୁରି ୩ ଦିନ ତାତିରୁ ନିସ୍ତାର ମିଳିବ ନାହିଁ ।

ରାଜ୍ୟର ଗତ ୬ ତାରିଖରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଂଚଳିକ ପାଣିପାଗ ବିଭାଗ ଅନୁସାରେ ସାଧାରଣତଃ ଗୋଟିଏ ବର୍ଷରେ ୧୧ଟି ଗ୍ରୀଷ୍ମ ଲହରି ଦିନ ରହିଥାଏ । କିନ୍ତୁ ଚଳିଚ ବର୍ଷ ୨୧ଟି ଗ୍ରୀଷ୍ମ ଲହଲି ହେଲାଣି । ଆଗକୁ ପୁଣି ତିନି ଦିନ ବି ଗ୍ରୀଷ୍ମ ଲହରି ଅନୁଭୁତ ହେବା ସମ୍ଭାବନା ରହିଛି । ଫଳରେ ଅଂଶୁଘାତ ଜନିତ ଅସୁସ୍ଥତା ବଢିବାରେ ଲାଗିଛି । ଗତ ୧୧ ଦିନ ହେଲା ରାଜ୍ୟରେ ତାତି ଭୟଙ୍କର ରୂପ ଧାରଣ କରିଛି । ରାଜ୍ୟର ଅଧିକାଂଶ ସହର ୪୦ ଡିଗ୍ରୀ ଉପରେ ରହୁଛି । ଉପକୂଳ ଓଡିଶାରେ ପାରଦ ଚଢିବା ସହ ଆର୍ଦତା ରହୁଥିବାରୁ ଅସହ୍ୟ ଗୁଳଗୁଳି ଅନୁଭୂତ ହେଉଛି । ଗତକାଲି ୪୫ଡିଗ୍ରୀ ଉପରେ ରହିଥିଲା ୫ଟି ସହରର ତାପମାତ୍ରା । ଏଭଳି ଗ୍ରୀଷ୍ମ ପ୍ରବାହ ଆଗାମି ତିିନି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ