ଭାରତରେ କାହିଁକି ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ, କ’ଣ ଥିଲା ପ୍ରକୃତ ଉଦ୍ଦେଶ୍ୟ?

1,923

କନକ ବ୍ୟୁରୋ : ବିମୁଦ୍ରିକରଣର ସମୟ ସମସ୍ତଙ୍କର ମନେ ଥିବ । ଯେତେବେଳେ ଗୋଟିଏ ମାତ୍ର ଝଟକାରେ ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କାର ନୋଟ ସାଧାରଣ କାଗଜ ଖଣ୍ଡ ହୋଇଯାଇଥିଲା  । କିନ୍ତୁ ଏହା ପୂର୍ବରୁ ଭାରତରେ ଶୂନ ଟଙ୍କାର ନୋଟ ଛପା ମଧ୍ୟ ହୋଇସାରିଥିଲା । ଏହି ନୋଟ୍ ଏତେ ପ୍ରଭାବଶାଳୀ ଥିଲା ଯେ ଏହାର ଚାହିଦା ସବୁଆଡେ ବଢି ଚାଲିଥିଲା । ହେଲେ ଏହି ନୋଟର କୌଣସି ମୂଲ୍ୟ ନଥିଲା । ଏହି ଶୂନ ଟଙ୍କାର ନୋଟରେ କେହି କିଛିବି ସାମଗ୍ରୀ କିଣି ପାରୁନଥିଲେ । କିନ୍ତୁ ଏହି ନୋଟ୍ ବହୁତ ବର୍ଷଧରି ପ୍ରଚଳିତ ହୋଇଥିଲା । ଏହାର ଚାହିଦା ଦିନକୁ ଦିନ ଦକ୍ଷିଣ ଭାରତରୁ ଉତ୍ତର ଭାରତ ଏବଂ ସମଗ୍ର ଦେଶରେ ବୃଦ୍ଧି ପାଉଥିଲା । ଏବଂ ପ୍ରାୟ ୭ ବର୍ଷ ପରେ ଏହିନୋଟ୍ ର ମୁଦ୍ରଣ କୁ ବନ୍ଦ କରାଯାଇଥିଲା ।

ଏମିତିରେ ବି ଭାରତରେ ୧ ଟଙ୍କାରୁ ନେଇ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଛାପା ହୋଇଛି । ୧୦,୦୦୦ ଟଙ୍କିଆ ନୋଟ୍ ଛାପିବା ଭାରତରେ ବହୁତ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଥିଲା । ସେହିଭଳି ବଜାରକୁ ୧୦୦୦ ଟଙ୍କାର ବି ନୋଟ ଆସିଥିଲା । ଦିର୍ଘ ସମୟ ଧରି ଏହା ଟ୍ରେଣ୍ଡରେ ମଧ୍ୟ ଚାଲିଥିଲା । ପରେ ଏହି ନୋଟକୁ ମଧ୍ୟ ବନ୍ଦ କରାଯାଇଥିଲା । ଏହି ନୋଟ ପରେ ପୁଣି ୨୦୦୦ ଟଙ୍କାର ନୋଟ ମଧ୍ୟ ବଜାରକୁ ଆସିଲା ହେଲେ ବଜାର ଓ ବ୍ୟାଙ୍କ କାରବାରରେ ୨୦୦୦ ଟଙ୍କାର ନୋଟ ଦେଖିବା ପାଇଁ ମିଳୁନାହିଁ ।

ଶୂନ ଟଙ୍କିଆ ନୋଟ କାହିଁକି ଛାପା ହୋଇଥିଲା? ଏହାର ଆବଶ୍ୟକତା କଣ ଥିଲା?
୨୦୦୭ ମସିହାରେ ଚେନ୍ନାଇରେ ଏକ ଅଣ ସରକାରୀ ସଂଗଠନ ର ୫ ମ ସ୍ତମ୍ଭ ଶୂନ ଟଙ୍କାର ଏକ ନୋଟ ଛାପି ଥିଲେ । ଏହି ନୋଟ ଉପରେ ସରକାର କିମ୍ବା ରିଜର୍ଭ ବ୍ୟାଙ୍କ କୌଣସି ଗ୍ୟାରେଣ୍ଟି ଦେଇନଥିଲେ । ଏହି ନୋଟକୁ ବ୍ୟବହାରରେ ମଧ୍ୟ ନିଆଯାଇନଥିଲା । ଏହାର ଅର୍ଥ ଏହି ନୋଟ୍ କୁ କାରବାର ଠାରୁ ଦୂରରେ ରଖାଯାଇଥିଲା । ଏହି ନୋଟ ମାଧ୍ୟମରେ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଦିଆଯାଇଥିଲା । ଏହା ହିନ୍ଦୀ, ତାମିଲ, କନ୍ନଡ, ମାଲାୟାଲମ୍ ଏବଂ ତେଲୁଗୁ ଭାଷାରେ ପ୍ରକାଶିତ କରାଯାଇଥିଲା ।

ଦେଶରେ ସରକାରୀ କାର୍ଯ୍ୟଳୟରେ ଦୁର୍ନୀତି ବ୍ୟାପୁଥିଲା । ଯେଉଁ ଠାରେ ଯେଉଁ କାମହେଲେ, ବିନା ଉପହାରରେ ତାହା କରାଯାଇପାରିବ ନାହିଁ । ଏହି ସବୁ କାରଣ ପାଇଁ ସାଧାରଣ ଜନତାଙ୍କ ଅବସ୍ଥା ଅତ୍ୟନ୍ତ ଦୁଃଖ ଦାୟକ ଥିଲା । ଏହିଭଳି ପରିସ୍ଥିତିରେ ଦୁର୍ନୀତିକୁ ମୂଳରୁ ସଫା କରିବା ଉଦ୍ଦେଶ୍ୟରେ ଶୂନ ଟଙ୍କା ନୋଟ୍ ଛାପା ଯାଇଥିଲା । ଏହା ପରେ ଯେଉଁଠାରେ ଲାଂଚ ପାଇଁ ଦାବି କରୁଥିଲେ, ସେହି ସ୍ଥାନରେ ଏହି ସୂନ ଟଙ୍କିଆ ନୋଟ୍ ହସ୍ତାନ୍ତର କରିଦିଆ ଯାଉଥିଲା ।

ଶୂନ ଟଙ୍କାର ଏହି ନୋଟ୍ ଛାପିବା ବେଳେ ଏକ ଶପଥ ମଧ୍ୟ ନିଆଯାଇଥିଲା ସେହି ଶପଥ ହେଉଛି । ଆମେ ଲାଂଚ ଦେବୁ ନାହିଁ କି ଲାଂଚ ନେବୁ ନାହିଁ । ଏକ ଅଭିଜାନ ମାଧ୍ୟମରେ ଏହି ନୋଟ୍ ଗୁଡିକ ରେଳ ଷ୍ଟେସନ୍, ବସ୍ ଷ୍ଟେସନ୍ ଏବଂ ବଜାରରେ ଏହାକୁ ବଣ୍ଟନ କରାଯାଇଥିଲା । ଏହି ଦୁର୍ନୀତି ବିରୋଧରେ ଲୋକମାନଙ୍କୁ ଏନଜିଓ ଦ୍ୱାରା ସଚେତନ କରାଯାଇଥିଲା । ୮ ବର୍ଷଧରି ଏହି ଅଭିଯାନ ଚାଲିଥିଲା । ଏହି ଅଭିଯାନ ୨୦୧୪ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୧୫ ଲକ୍ଷ ଶୂନ ଟଙ୍କିଆ ନୋଟ ଛପା ହୋଇଥିଲା ।