ନୟାପଲ୍ଲୀ ପୋଲିସ ହାତରେ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ । ଦିନରେ ଫେରି କରି ରାତିରେ କରୁଥିଲେ ଲୁଟ୍ପାଟ୍ , ସୁନା ଓ ରୂପା ଅଳଙ୍କାର ସହ ଗାଡ଼ି ଜବତ

208

କନକ ବ୍ୟୁରୋ : ପୁଲିସ ହାତରେ ଧରାପଡ଼ିଲା ବଂଜାରା ଲୁଟେରା । କବାଡିଆ ଦୋକାନୀ ଓ କମ୍ବଳ ବେପାରୀଙ୍କ କାରନାମା ଦେଖି ତାଜୁବ ପୁଲିସ । ବାହାରୁ ଆସି ଭୁବନେଶ୍ୱରରେ ଚଳାଇଛନ୍ତି ଲୁଟ୍   । ନୟାପଲ୍ଲୀ ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ହାତରେ ଧରାପଡ଼ିଛନ୍ତି ୫ଜଣିଆ ବଂଜାରା ଲୁଟେରା ଗ୍ୟାଙ୍ଗ । ଦିନରେ ଅଭିଯୁକ୍ତମାନେ ଫେରି କରନ୍ତି ଏବଂ ରାତିରେ ଲୁଟ୍ କରନ୍ତି । ଅଭିଯୁକ୍ତଙ୍କ ଠାରୁ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ୫ଟି ପାଣି ପମ୍ପ, ପିତଳ ବାସନ ଓ ଆକ୍ଟିଭା ଗାଡ଼ି ଆଦି ଜବତ କରାଯାଇଛି । ଭୁବନେଶ୍ୱରରେ ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ନାଁରେ ଡକାୟତି ମାମଲା ରହିଛି । ଅଭିଯୁକ୍ତଙ୍କ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା କହିଛନ୍ତି ଡିସିପି । ଗିିରଫ ଅଭିଯୁକ୍ତମାନେ ହେଲେ ମୋମିମ ମଲ୍ଲିକ, କିଶୋର ମହାନ୍ତି, ଔରଙ୍ଗଜେବ, ପ୍ରଭାତ ସାହୁ ଓ ଇକଲାକୁଲ ରେହମନ । ମାଷ୍ଟରମାଇଣ୍ଡ ମୋମିମ ମଲ୍ଲିକଙ୍କ ଘର ପଶ୍ଚିମବଙ୍ଗ ମେଦିନାପୁରରେ । ଅନ୍ୟ ଅଭିଯୁକ୍ତଙ୍କ ଘର ଜଗତସିଂହପୁର, ଡୁମଡୁମା, କେନ୍ଦ୍ରାପଡ଼ା ଓ ବାଲିଅନ୍ତା ।