ଆପାର୍ଟମେଣ୍ଟ ଲୁଟେରାଙ୍କୁ ସାବାଡ କରିବ କମିସନରେଟ ପୋଲିସ । ବୈଠକ ଡାକିଲେ ପୋଲିସ କମିସନର ସଞ୍ଜୀବ ପଣ୍ଡା ।

96

କନକ ବ୍ୟୁରୋ: ଆପାର୍ଟମେଣ୍ଟ ଲୁଟେରାଙ୍କୁ ସାବାଡ କରିବ କମିସନରେଟ ପୋଲିସ । ରାଜଧାନୀରେ ଆପାର୍ଟମେଣ୍ଟରୁ ଲୁଟପାଟ କରି ପୋଲିସର ମୁଣ୍ଡ ବ୍ୟଥା ବଢାଇ ଦେଇଛନ୍ତି ଲୁଟେରା ଗ୍ୟାଙ୍ଗ । ସେମାନଙ୍କୁ ଧରିବା ପାଇଁ ବୈଠକ ଡାକିଛନ୍ତି ପୋଲିସ କମିସନର ସଂଜୀବ ପଣ୍ଡା । ରାଜଧାନୀର ସମସ୍ତ ଥାନାର ଥାନା ଅଧିକାରୀ, ଏସପି, ଡିସିପିଙ୍କୁ ନେଇ ବୈଠକ କରିଛନ୍ତି । ସମସ୍ତ ଲୁଟ ଘଟଣାର ସିସିଟିଭି ଫୁଟେଜକୁ ନେଇ ବୈଠକରେ ତର୍ଜମା କରାଯାଇଛି । ଏଥିସହ ଲୁଟେରାଙ୍କୁ ଖୁବଶୀଘ୍ର ଧରିବାକୁ କମିସନର ତାଗିଦ କରିଛନ୍ତି । ବାହାର ରାଜ୍ୟର ଲୁଟେରା ଗ୍ୟାଙ୍ଗ ରାଜଧାନୀରେ ମାତିଥିବା ନେଇ ପୋଲିସକୁ ସୁରାକ ମିଳିଛି ।