କଥାବାର୍ତ୍ତା ବେଳେ ମୋ ଠାରୁ ଦୂରେଇ ରହିବ । ସୈତାନ ଫିଲ୍ମର ଟ୍ରେଲର ଦେଖି ଆର ମାଧବନଙ୍କ ପତ୍ନୀଙ୍କ କହିଲେ କିଛି ଏମିତି କଥା ।

183

କନକ ବ୍ୟୁରୋ : ସୈତାନ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ପରେ ଅଭିନେତା ଆର ମାଧବନଙ୍କ ଅଭିନୟକୁ ନେଇ ଜୋରଦାର ଚର୍ଚ୍ଚା । ଟ୍ରେଲରରେ ଆର ମାଧବନଙ୍କ ବେଶଭୂଷା ଦେଖି ଯେ କେହି ବି ଭୟଭୀତ ହୋଇଯିବ । କେବଳ ଦର୍ଶକ ନୁହଁନ୍ତି ବରଂ ଆର ମାଧବନଙ୍କ ପତ୍ନୀ ମଧ୍ୟ ଏଭଳି ବେଶଭୂଷା ଦେଖି ଭୟଭୀତ ହୋଇଥିଲେ । ଏନେଇ ଏକ ସାକ୍ଷାତକାରରେ କହିଛନ୍ତି ଆର ମାଧବନ ।

ସାକ୍ଷାତକାରରେ ଆର ମାଧବନ କହିଛନ୍ତି, ମୋର ଭଲ ଭାବେ ମନେ ଅଛି ଯେତେବେଳେ ଫିଲ୍ମର ଟ୍ରେଲର ଓ କିଛି ଫଟୋ ପତ୍ନୀଙ୍କୁ ଦେଖାଇଲି ସେତେବେଳେ ସେ ମୋତେ ଭିନ୍ନଦୃଷ୍ଟିରେ ଦେଖିଲେ । ଏପରିକି କଥାବାର୍ତ୍ତା ସମୟରେ ଦୂରେଇ ରହିବାକୁ କହିଲେ । ତେଣୁ ଏଭଳି ଚରିତ୍ର ମୋ ବ୍ୟକ୍ତିଗତ ଓ ପାରିବାରିକ ଜୀବନରେ ମଧ୍ୟ ପ୍ରଭାବ ପକାଇଛି । ଯେତେବେଳେ ଏହି ଫିଲ୍ମ କରିବାକୁ ଚିନ୍ତା କଲି ସେତେବେଳେ ଭାବିନଥିଲି ଫିଲ୍ମଟି ଏଭଳି ଭାବରେ ନିର୍ମାଣ ହେବ । ଫିଲ୍ମପ୍ରେମୀ ମାନେ ଏତେ ଭୟ କରିବେ ଏବଂ ଭଲପାଇବା ଦେବେ ତାହା ଭାବିନଥିଲୁ । କିନ୍ତୁ ଏଭଳି ଚରିତ୍ରରେ ଅଭିନୟ କରିବା ପରେ ଯେ କେହି ମୋତେ ଭୟ କରିବ ତାହା ବିଶ୍ୱାସ ନଥିଲା । ସୈତାନ ଫିଲ୍ମରେ ମାଧବନଙ୍କ ଚରିତ୍ରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ମାଧବନଙ୍କ ସମେତ ଅଜୟ ଦେବଗନ ଓ ଜ୍ୟୋତିକା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ।