ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ ଖଟ୍ଟର : ଜେଜେପି ସହ ମେଂଟ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦୁଶ୍ୟନ୍ତ ଚୌତାଲା

226

କନକ ବ୍ୟୁରୋ : ହରିୟାଣାରେ ଦ୍ୱିତୀୟ ଇଂନିସ୍ ଖେଳିଲେ ଖଟ୍ଟର । ଦ୍ୱିତୀୟ ଥର ପାଇଁ ଆଜି ହରିୟାଣାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ମନୋହରଲାଲ ଖଟ୍ଟର । ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହାସହ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା । ହେଲେ ଆଜି ନୂଆ ମନ୍ତ୍ରୀମଣ୍ଡଳର କୌଣସି ସଦସ୍ୟ ଶପଥ ଗ୍ରହଣ କରିନାହାନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ।

ସୂଚନାଯୋଗ୍ୟ ଜନନାୟକ ଜନତା ପାର୍ଟି ସମର୍ଥନରେ ହରିୟାଣାରେ ସରକାର ଗଢ଼ିଛି ବିଜେପି । ବିଜେପି କୁ ହରିୟାଣା ବିଧାନସଭାରେ ବହୁମତ ମିଳି ନ ଥିବା ବେଳେ ସେ ଜନନାୟକ ଜନତା ପାର୍ଟି ସହ ମେଣ୍ଟ କରି ଏବେ ସରକାର ଗଠନ କରିଛି।