ଅନାଥାଶ୍ରମରେ ନବୀନ, ସୀମାରେ ମୋଦି: ସୀମାରେ ଯବାନଙ୍କ ସହିତ ଦୀପାବଳି ପାଳିବାକୁ ରାଜୌରୀ ଗଲେ ପ୍ରଧାନମନ୍ତ୍ରୀ; ଏପଟେ ଅନାଥ ପିଲାଙ୍କ ସହ ଆଲୋକର ପର୍ବ ପାଳିବେ ମୁଖ୍ୟମନ୍ତ୍ରୀ

180

କନକ ବ୍ୟୁରୋ: ଏଥର ସୀମାରେ ଯବାନଙ୍କ ସହିତ ଦୀପାବଳି ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀରର ରାଜୌରୀ ଗସ୍ତ କରିଛନ୍ତି । ଘର ଠାରୁ ବାହାରେ ରହୁଥିବା ଯବାନ ବର୍ଷ ତମାମ ଦେଶର ସୁରକ୍ଷାରେ ନିୟୋଜିତ ରହିଥାନ୍ତି । ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି । ପ୍ରତି ମୁହୂର୍ତରେ ସୀମାରେ ଆତଙ୍କବାଦୀଙ୍କ ସହିତ ମୁକାବିଲାର ସ୍ଥିତି ରହିଥାଏ । ଏପରି ସ୍ଥିତିରେ ଜବାନ କୌଣସି ପର୍ବପର୍ବାଣୀରେ ଘର ପରିବାରକୁ ସମୟ ଦେଇପାରିନଥାନ୍ତି । ତେଣୁ ଏଥର ଦୀପାବଳିକୁ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କ ସହିତ ମିଶି ପାଳନ କରିବାକୁ ସୀମାକୁ ଗସ୍ତ କରିଛନ୍ତି ।

ଏପଟେ, ଅନାଥ ଆଶ୍ରମରେ ପିଲାଙ୍କ ଗହଣରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଏସଓଏସ ଭିଲେଜରେ ଶହ ଶହ ପିଲାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ପାଳିବେ ଆଲୋକର ପର୍ବ । ଭୁବନେଶ୍ୱରରେ ଏହି ଏସଓଏସ ଭିଲେଜରେ ଶହ ଶହ ଅନାଥ ଶିଶୁ ରହୁଛନ୍ତି । ଏମାନଙ୍କ ଗହଣରେ ରହି ପିଲାଙ୍କ ମଧ୍ୟରେ ହସ ଫୁଟାଇବେ ମୁଖ୍ୟମନ୍ତ୍ରୀ । ସେହିଭଳି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବି ଅନାଥାଶ୍ରମରେ ଦୀପାବଳି ପାଳନ କରିବାକୁ କୁହାଯାଇଛି । ସେହିଭଳି ଡିଜିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବି ବିଭିନ୍ନ ବାଟାଲିୟନର ଯବାନ ଓ ସେମାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ କୁହାଯାଇଛି ।