କନକ ବ୍ୟୁରୋ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୋଷ୍ଟ୍ ଓ୍ଵାଣ୍ଟେଡ୍ ଆତଙ୍କବାଦୀ ମୁଖିଆ ଅବୁ ବକର ଅଲ ବାଗଦାଦି ନିହତ ହୋଇଥିବା ସୂଚନା ରହିଛି। ଆମେରିକାର ସେନା ଅପରେସନରେ ବାଗଦାଦି ନିହତ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଆସୁଛି। ସିରିୟାର ଇବିବରେ ଆମେରିକା ସେନା ଚଳାଇଥିଲା ଆଇଏସଆଇଏସ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ଅପରେସନ।
Kanak News is now on WhatsApp
Join and get latest news updates delivered to you via WhatsApp
Multiple reports that US special forces have killed ISIS leader Abu Bakr Al Baghdadi in Syria. Huge news if confirmed (President Trump is making White House statement at 9am ET) – would be biggest terror scalp since Bin Laden. pic.twitter.com/Y7CYOzjpPP
— Piers Morgan (@piersmorgan) October 27, 2019
ଅନୁମାନ କରାଯାଉଛି ଅପରେସନରେ ଏହି ଶୀର୍ଷ ଆତଙ୍କୀ ନେତା ନିହତ ହୋଇଛି । ଏହି ଖବର ଆସିବା ପରେ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟୁଇଟ୍ କରିଥିଲେ । ସକାଳୁ ସକାଳୁ ଆସିଥିବା ଟ୍ରମ୍ପଙ୍କ ଟୁଇଟରେ ଲେଖାଥିଲା କିଛି ବଡ଼ ଗୋଟେ ଘଟିଛି । ଟ୍ରମ୍ପଙ୍କ ଏହି ଟୁଇଟ୍ ବାଗଦାଦି ନିହତ ଦିଗକୁ ସୂଚାଉଛି ବୋଲି ଚର୍ଚ୍ଚା ହେଉଛି ।
Something very big has just happened!
— Donald J. Trump (@realDonaldTrump) October 27, 2019
ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ ନିକଟରେ ଆଇଏସଆଇଏସ ମୁଖିଆ ଅବୁ ବକର ଅଲବାଗଦାଦିକୁ ଟାର୍ଗେଟ କରି ତା ବିରୋଧରେ ରାଷ୍ଟ୍ରପତି ଟ୍ରମ୍ପ ଏକ ସ୍ୱତନ୍ତ୍ର ଅପରେସନ ପାଇଁ ଅନୁମତି ଦେଇଥିଲେ। ଏଥିରେ ଆମେରିକା ସେନାକୁ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି। ଏନେଇ ପେଣ୍ଟାଗନ୍ କୌଣସି ମତମତ ରଖିବାକୁ ମନା କରିଛି।
My latest BREAKING EXCLUSIVE alongside @JimLaPorta and @NaveedAJamali …. President Donald Trump approved an operation targeting ISIS leader Abu Bakr al-Baghdadi tonight in Idlib, Syria, @Newsweek has learned. Pending verification, he is dead. https://t.co/sHdYeGoYLm pic.twitter.com/9rMTIlCXl4
— om ‘ℂonnor (@ShaolinTom) October 27, 2019