ଡ୍ରାଇଭର ସଂଘର ଆନ୍ଦୋଳନକୁ ବାହାରୁ ଆସୁଥିବା ଡ୍ରାଇଭରଙ୍କ ବିରୋଧ : ମଝି ରାସ୍ତାରେ ଉଭୟ ଗୋଷ୍ଠୀ ଭିତରେ ଠେଲାପେଲା ଓ ମାରପିଟ୍

142

କନକ ବ୍ୟୁରୋ : ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ଡ୍ରାଇଭର ସଂଘର ଆନ୍ଦୋଳନକୁ ବାହାରୁ ଆସୁଥିବା ଡ୍ରାଇବର ବିରୋଧ କରିବାବେଳେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ଫଳରେ ଦୁଇ ଗୋଷ୍ଠୀ ଡ୍ରାଇଭରଙ୍କ ଭିତରେ ଠେଲାପେଲା ସହ ମାରପିଟ୍ର ଚିତ୍ର ସାମ୍ନାକୁ ଆସିଥିଲା ।

ଏଭଳି ଘଟଣା ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଦେଖିବାକୁ ମିଳିଥିଲା । ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନକୁ ବିରୋଧ କରିଥିଲେ ବାହାରୁ ଆସୁଥିବା ଡ୍ରାଇଭର । ଫଳରେ ରାଜରାସ୍ତାରେ ବେଶ କିଛି ସମୟ ଧରି ଜାମ୍ ହୋଇଥିଲା । ସ୍ଥିତି ଏଭଳି ହୋଇଥିଲା ଯେ, ପୋଲିସ ପହଁଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ।