ଅରୁଣାଚଳପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ସେନା ହେଲିକପ୍ଟର । ପାଇଲଟ ସମେତ ୪ଜଣ ଯବାନ୍ ସହିଦ , ଅନ୍ୟ ଜଣେ ପାଇଲଟ୍ ନିଖୋଜ

140

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ମଣ୍ଡଲା ପାହାଡ଼ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ଜଣ ପାଇଲଟଙ୍କ ସମେତ ୫ଜଣ ଯାତ୍ରା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଯବାନ୍ ସହିଦ ହୋଇଥିବା ଜଣାପଡିଛି । ଏବେ ଅନ୍ୟ ଜଣେ ପାଇଲଟ୍ ନିଖୋଜ ଥିବା ଜଣାପଡିଛି । ପାଇଲଟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।