ଗଳାକାଟି ଯୁବକଙ୍କୁ ହତ୍ୟା : ଆଦର୍ଶ ଥାନାଠୁ ୫୦ମିଟର ଦୂରରୁ ହୋଟେଲ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ପୋଲିସର ତଦନ୍ତ ଆରମ୍ଭ

350

କନକ ବ୍ୟୁରୋ : ପାରାଦୀପରେ ଜଣେ ଶୋଇଥିବା ଯୁବକଙ୍କୁ ଗଳା କାଟି ହତ୍ୟା । ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛପଟୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାଁ ଟୁବଲା ଓ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଗଣ୍ଡାଖିଆ ପଦଲାପୁର ବୋଲି ଜଣାପଡିଛି । ଟୁବଲା ରେବତୀ ହୋଟେଲରେ କାମ କରୁଥିଲେ ।

ଗତକାଲି ବିଳମ୍ବିତ ରାତିରେ ସେ ଶୋଇଥିବା ବେଳେ କେହି ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲ ମାଲିକ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବଡ କଥା ହେଉଛି, ପାରାଦୀପ ଆଦର୍ଶ ଥାନାଠୁ ମାତ୍ର ୫୦ ମିଟର ଦୂରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ପୁଲିସ ତାର ଟେର ପାଇପାରି ନାହିଁ । ପୋଲିସ ପାଟ୍ରୋଲିଂ ଠିକରେ ହେଉନଥିବାରୁ ଅପରାଧୀମାନେ ଏପରି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।