ଅଳିଆ ଜମା କରି ଅଭିନବ ପ୍ରତିବାଦ : ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉନଥିବାରୁ ମାର୍କେଟ ବିଲ୍ଡିଂରେ ବ୍ୟବସାୟୀ ସଂଘର ଅସନ୍ତୋଷ

161

କନକ ବ୍ୟୁରୋ : ଅଳିଆ ଜମା କରି ଅଭିନବ ପ୍ରତିବାଦ । ଭୁବନେଶ୍ୱର ୟୁନିଟ୍-୧ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ପଡ଼ିରହିଛି କୁଢ଼ କୁଢ଼ ଅଳିଆ । ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉନଥିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବ୍ୟବସାୟୀ ସଂଘର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଏମସି ମେୟର ଓ କମିଶନର ନଶୁଣିବାରୁ ଭିନ୍ନ ପ୍ରତିବାଦ କରିଛନ୍ତି । ଉଠାଦୋକାନୀ ଉଚ୍ଛେଦ ପାଇଁ ମାର୍କେଟ ଆସୋସିଏସନ ତରଫରୁ ବିଏମସି ମେୟର ଏବଂ କମିଶନରଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମେୟର ଏବଂ କମିଶନର ଶୁଣୁନଥିବା ଅଭିଯୋଗ ହୋଇଛି । ତେଣୁ ବିଏମସି ଉପରେ ଅତିଷ୍ଠ ମାର୍କେଟରେ ଅଳିଆ ଜମା କରି ପ୍ରତିବାଦ କରିଛନ୍ତି । କୁଢ଼ କୁଢ଼ ଅଳିଆ ଗଦା ହୋଇଥିବାରୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ।