ଟେଟେ-ଟୁକୁନିଙ୍କ ଟ୍ୱିଟ୍ ୱାର: ଫାଇଭ୍-ଟି ସଚିବଙ୍କ ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ଜବାବ ରଖିଲେ ବିଜେପି ବିଧାୟିକା କୁସୁମ ଟେଟେ

173

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିଜେପି- ବିଜେଡି ମଧ୍ୟରେ ଟୁଇଟ ୱାର । ବିଜେପିକୁ ଟାର୍ଗେଟ କରି ଟୁଇଟ୍ କରିିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ କରି ଲେଖିଛନ୍ତି, ଆସନ୍ତା ବିଧାନସଭାରେ ହେଲିକପ୍ଟ ଉଡାଣକୁ ନେଇ ତଥ୍ୟ ରଖିବେ ଓ କୁଚକ୍ରୀ ଗୋଷ୍ଠୀଙ୍କ ମୁଖା ଖୋଲିଦେବେ । ଆଉ ତାଙ୍କ ଟୁଇଟ୍ କୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।

ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିଜେପି- ବିଜେଡି ମଧ୍ୟରେ ଟୁଇଟ ଯୁଦ୍ଧ ଦେଖିବାକୁ ମିଳିଛି । ବିଜେପିକୁ ଟାର୍ଗେଟ କରି ଟୁଇଟ୍ କରିିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ କରି ଲେଖିଛନ୍ତି-

ଟୁକୁନି ସାହୁ, ପରିବହନ ମନ୍ତ୍ରୀ
– ଆଗାମୀ ବିଧାନସଭା ଅଧିବେଶନରେ ହେଲିକପ୍ଟ ଉଡ଼ାଣକୁ ନେଇ ତଥ୍ୟ ରଖିବେ ଓ କୁଚକ୍ରୀ ଗୋଷ୍ଠୀଙ୍କ ମୁଖା ଖୋଲିଦେବେ
– ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଛି, ତାହା ଦେଖି ସେମାନଙ୍କ ମୁଣ୍ଡ କାମ କରୁନାହିଁ
– କୁଚକ୍ରୀ ଗୋଷ୍ଠୀ ଚାହୁଁ ନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ । ସେଥିପାଇଁ ବିଭ୍ରାନ୍ତିକର ବୟାନ ଦେଉଛନ୍ତି
– କିଏ ୩ଶହ କୋଟି କହୁଥିବା ବେଳେ କିଏ ୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହୁଛନ୍ତି
– ପ୍ରକୃତରେ ଗତ ୫ବର୍ଷରେ ହେଲିକପ୍ଟର ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ଶନିବାର ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଥିଲା ଯେ, ଜାନୁଆରୀରୁ-ଜୁନ ମଧ୍ୟରେ ରାଜ୍ୟ ସରକାର ହେଲିକପ୍ଟର ବାବଦରେ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏପରିକି ଫାଇଭ-ଟି ସଚିବ ବିବାହ ଉତ୍ସବରେ ଯୋଗ ଦେବାକୁ ହେଲିକପ୍ଟରରେ ଯାଇଥିବା ବିଜେପି ଅଭିଯୋଗ କରିଥିଲା ।

ପ୍ରଥମେ ବିଜେପିର ଅଭିଯୋଗ ଓ ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଟ୍ୱିଟ୍ ପରେ ଆଗକୁ ଆସିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଟୁଇଟ୍ କରି ପରିବହନ ମନ୍ତ୍ରୀଙ୍କୁ ସେ ପ୍ରଶ୍ନ କରିିଛନ୍ତି-

କୁସୁମ ଟେଟେ, ବିଜେପି ବିଧାୟିକା
– ଜଣେ ଓଡି଼ଆ ଭାବରେ ରାଜ୍ୟରେ ଯେଉଁଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି ?
– ସଚିବ ବଡ଼ ନା ମନ୍ତ୍ରୀ ବଡ଼, ଓଡି଼ଶାରେ ଅନେକ ଦିନ ହେଲା ଏହି କଥା ଉଦବେଗର କାରଣ ସାଜିଛି
– ଏବେ ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କଲା ଯେ ସଚିବ ବଡ଼
– ମେ ୧୪ ଓ ଜୁନ ୨୮ରେ କେଉଁ ସରକାରୀ କାର୍ଯ୍ୟରେ ହେଲିକପ୍ଟର ବ୍ୟବହାର ହୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି । ପ୍ୟାକେଜ ଘୋଷଣା କରିବା ସହ ସମସ୍ୟା ସମାଧାନର ପ୍ରତିଶ୍ରୁତି ବି ଦେଉଛନ୍ତି । ହେଲେ ଜିଲ୍ଲା ଗସ୍ତ ସମୟରେ ଜଣେ ସରକାରୀ ଅଧିକାରୀ ହେଲିକପ୍ଟରରେ ଗସ୍ତ କରିବାକୁ ବିରୋଧ କରିଛି ବିଜେପି । ମନ୍ତ୍ରୀମାନେ କେତେଥର ହେଲିକପ୍ଟରରେ ଗସ୍ତ କରିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।