ଆକାଶରୁ ଆସୁଛି ମୃତ୍ୟୁ: ବଜ୍ରପାତ ହେଲେ କ’ଣ କରିବେ?

842

କନକ ବ୍ୟୁରୋ: ଆକାଶରୁ ଆସୁଛି ମୃତ୍ୟୁ । କାଳ ସାଜୁଛି ବଜ୍ରପାତ । ଆଖି ପିଛୁଳାକେ ଚାଲି ଯାଉଛି ଜୀବନ । ଗତ ୨ ତାରିଖ ଦିନ ବଜ୍ରାଘାତରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ । ସେହିପରି ୧୪ଜଣ ଆହତ ହୋଇଥିବାବେଳେ ୮ଟି ଗୋରୁଗାଈଙ୍କ ମୃତ୍ୟୁ ହୋଇଥିଲା । ତେବେ ବିଜୁଳି ମାରିବା ସମୟରେ କଣ କରିବେ କଣ ନକରିବେ?

ସେପ୍ଟେମ୍ବର ୨ ତାରିଖ
ଜଗତସିଂହପୁର ତଣ୍ଡିକୁଳ ପଞ୍ଚାୟତର ସରଣା ଗାଁ
ଅପରାହ୍ଣରେ ବିଲକୁ ତଳି ରୋଇବାକୁ ଯାଇଥିଲେ ନିତ୍ୟାନନ୍ଦ ବାରିକ । ସେ ଜାଣିନଥିଲେ ମୃତ୍ୟୁ ତାଙ୍କୁ ଅପେକ୍ଷା କରି ରହିଛି । ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହେବାରୁ ପ୍ରାଣ ହରାଇଛନ୍ତି ନିତ୍ୟାନନ୍ଦ । ପରିବାର ଉପରେ ଖସି ପଡିଛି ଦୁଃଖର ପାହାଡ଼ ।

ଅନୁଗୁଳ ବନ୍ତଳା ଥାନା ବଡ଼ହିଂସ ଗାଁ
ପ୍ରବଳ ବର୍ଷା ହେବାରୁ ନିଜ ଚାଷ ଜମିରୁ ପାଣି କାଟିବାକୁ ଯାଇଥିଲେ ଅଭୟ ବେହେରା । କିନ୍ତୁ ଘରକୁ ଫେରିଲା ତାଙ୍କ ଶବ । ଘଡ଼ଘଡ଼ି ପଡ଼ିବାରୁ ଚାଲିଗଲା ତାଙ୍କ ଜୀବନ । ବୁଢ଼ୀ ମା’, ସ୍ତ୍ରୀ ଓ ପାଠ ପଢୁଥିବା ୨ ପୁଅ ବେସାହାରା ହୋଇ ଯାଇଛନ୍ତି । କାହା ଆଖିରୁ ଲୁହ ଶୁଖୁନି ।

ଗଞ୍ଜାମ ମୋହନା ଥାନା ଦାରୁପାଣି ଗାଁ
ମେଣ୍ଢା ଚରାଇବାକୁ ଯାଇଥିଲେ କୈଳାଶ ପ୍ରଧାନ । ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହେବାରୁ ଗଛ ମୁଳେ ଆଶ୍ରୟ ନେଇଥିଲେ । କିନ୍ତୁ ବଜ୍ରାଘାତ ହେବାରୁ ସେଠାରେ ଟଳି ପଡ଼ିଥିଲେ ।

ଆକାଶରୁ ଖସୁଛି ମୃତ୍ୟୁ
ମାତ୍ର ୨ ଘଂଟାରେ ୬୧ହଜାର ଥର ବଜ୍ରପାତ
ଗତ ୨ ତାରିଖ ଦିନ ବଜ୍ରାଘାତରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ । ସେହିପରି ୧୪ଜଣ ଆହତ ହୋଇଥିବାବେଳେ ୮ଟି ଗୋରୁଗାଈଙ୍କ ମୃତ୍ୟୁ ହୋଇଥିଲା ।

୨୦ ବର୍ଷରେ ରାଜ୍ୟରେ ବଜ୍ରପାତ ନେଇଛି ୫୧୬୪ ଜୀବନ
ବଜ୍ରଘାତ ଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ତୃତୀୟ
ବିଶେଷ କରି ଖୋଲା ପଡିଆ, ବିଲ, ବଡ ବଡ ଗଛ, ଜଳାଶୟ ନିକଟରେ ବଜ୍ରପାତର ସମ୍ଭାବନା ଅଧିକ ଥାଏ । ତେବେ ଏଥିରୁ ବର୍ତିବା ପାଇଁ ଜନସଚେତନାର ଆବଶ୍ୟକତା ରହିଛି । ନଜର ପକାନ୍ତୁ

ବଜ୍ରପାତ ହେଲେ କ’ଣ କରିବେ?
ବଜ୍ରପାତ ସମୟରେ ଘରୁ ବାହାରନ୍ତୁ ନାହିଁ
ମୋବାଇଲ ଭଳି ଇଲେକ୍ଟ୍ରେ୍ାନିକ୍ସ ଡିଭାଇସ୍ ବ୍ୟବହାର କରନ୍ତୁ ନାହିଁ
ଝରକା ଓ କବାଟଠାରୁ ଦୂରେଇ ରୁହନ୍ତୁ
ବାହାରେ ଖୋଲାସ୍ଥାନରେ ଥିଲେ ନଇଁପଡି ଦୁଇ ଆଣ୍ଠୁକୁ ଛାତିରେ ଲଗାଇ ବସିପଡନ୍ତୁ
ନିଜକୁ ଯେତେ ସଂକୁଚିତ କରି ବସିପାରିବେ
କାରରେ ଥିଲେ ଗାଡି ଡୋର ବନ୍ଦ ରଖନ୍ତୁ
ପାଣିଠାରୁ ଦୂରରେ ରୁହନ୍ତୁ
ବଜ୍ରପାତ ବେଳେ ଖୋଲା ଗାଡ଼ିରେ ଯାଆନ୍ତୁ ନାହିଁ
ମେଟାଲ୍ ବା ବିଦ୍ୟୁତ ସୁପରିବାହୀ ଧାତୁ ସାମଗ୍ରୀ ଛୁଅଁନ୍ତୁ ନାହିଁ