ସଦସ୍ୟ ସଂଗ୍ରହ ପାଇଁ ବିଜେଡିର ବୈଠକ। ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ସଦସ୍ୟ ସଂଗ୍ରହ ଅଭିଯାନ। ୭ ଜଣିଆ କମିଟି ତିଆରି କରିବେ ରୂପରେଖ

441

କନକ ବ୍ୟୁରୋ: ବିଜେଡିର ସଭ୍ୟ ସଂଗ୍ରହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଆରମ୍ଭ ହୋଇଛି । ୭ ଜଣିଆ କମିଟି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ରୂପରେଖ ତିଆରି କରିବେ । ବୈଠକରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ପ୍ରଦୀପ ପାଣିଗ୍ରାହୀ, ପ୍ରତାପ ଦେବ ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା ଉପସ୍ଥିତ ଅଛନ୍ତି । ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ସେପେଟମ୍ବର ୨ରୁ ଆରମ୍ଭ ହେବ । ଏଥିପାଇଁ ଏକ ସମନ୍ୱୟ କମିଟି ବି ଗଠନ କରିଛି ଦଳ ।

ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆଗାମୀ ସେପ୍ଟେଟର ୨ ତାରିଖରୁ ଆରମ୍ଭ ହେବ। ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଉପରେ ନଜର ରଖିବ। କମିଟିର ଦାୟିତ୍ୱ ୭ ଜଣଙ୍କୁ ଦିଆଯାଇଛି। ତେବେ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ଆବାହକ ଭାବେ ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ସଭ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ପ୍ରତାପ କେଶରୀ ଦେବ, ଡ. ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ କାମ କରିବେ ।