ପି ଚିଦାମ୍ବରମଙ୍କୁ ସୁପ୍ରିମ ଝଟକା: ସର୍ବୋଚ୍ଚ ଅଦାଲତରେ ବି ଖାରଜ ହେଲା ଆଗୁଆ ଜାମିନ ଆବେଦନ

ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

188

କନକ ବ୍ୟୁରୋ: ପି ଚିଦାମ୍ୱରମଙ୍କୁ ସୁପ୍ରିମ୍ ଝଟକା । ପି ଚିଦାମ୍ୱରମଙ୍କ ଆଗୁଆ ଜାମିନ୍ ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ତାଙ୍କ ନାଁ ଆସିବା ପରେ ଇଡି ଓ ସିବିଆଇ ମାମଲା କରିଥିଲା । ଏନେଇ ଚିଦାମ୍ୱରମ୍ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ । ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ, ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସେ ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ । ଜାମିନ୍ ଖାରଜ ହେବା ପରେ ତାଙ୍କୁ ସିବିଆଇ ଗିରଫ କରଥିଲା ।

P Chidambaram
Source:
indianexpress.com

୫ ଦିନିଆ ରିମାଣ୍ଡରେ ନେଇ ତନ୍ନ ତନ୍ନ ଜେରା କରୁଛି ସିବିଆଇ ଟିମ୍ । ଆଜି ସିବିଆଇ ରିମାଣ୍ଡ ଶେଷ ହେଉଥିବା ବେଳେ ସିବିଆଇ ରିମାଣ୍ଡ ବିରୋଧରେ ତାଙ୍କର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି । ତେବେ ଇଡି ମାମଲାରେ ଶୁଣାଣି ଚାଲିଛି । ଇଡି ମାମଲାରେ ପୂର୍ବରୁ ସର୍ବୋଚ୍ଚ ଅଦାଲତ ସୋମବାର ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଯାହା ଆଜି ଶେଷ ହୋଇଛି । ଆଜି ଇଡି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ତାଙ୍କ ବିରୋଧରେ ଗଲେ , ଚିଦାମ୍ୱରମଙ୍କୁ ଜେଲ୍ ଯିବା ଏକପ୍ରକାର ଥୟ । ସିବିଆଇ ରିମାଣ୍ଡ ସରୁଥିବାରୁ ଆଜି ସିବିଆଇ ଚିଦାମ୍ୱରମଙ୍କୁ ସ୍ପେଶାଲ ସିବିଆଇ କୋର୍ଟରେ ହାଜର କରିବ ।