ମାଓ ମୁକାବିଲା ପାଇଁ ବଡ ରଣନୀତି: ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଛି ବୈଠକ; ଯୋଗଦେଲେ ମାଓପ୍ରବଣ ଅଂଚଳ ରାଜ୍ୟର ମୁଖ୍ୟମନ୍ତ୍ରୀ

ନକ୍ସଲ ଦମନ ନେଇ ପ୍ରସ୍ତୁତ ହେଉଛି ରଣନୀତି

159

କନକ ବ୍ୟୁରୋ: ଦିଲ୍ଲୀରେ ମାଓ ମୁକାବିଲା ବୈଠକ । ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ମାଓ ପ୍ରବଣ ଅଂଚଳ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ମନ୍ତ୍ରାଳୟ ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି ।

ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡିକ ହେଲା, ଓଡିଶା, ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ. ବିହାର,ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ । ବୈଠକରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନାହାନ୍ତି । ମାଓବାଦୀ ଦମନ ସମେତ ମାଓ ପ୍ରଭାବିତ ଅଂଚଳ ଗୁଡିକରେ ବିକାଶର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ଉପରେ ବୈଠକରେ ଆଲୋଚନା ଚାଲିଛି ।

ଏଥିସହିତ ହିଁ ବୈଠକରେ ଯେଉଁ ସବୁ ଅଂଚଳମାନଙ୍କରେ ମାଓବାଦୀଙ୍କ ଉପଦ୍ରବ ଅଧିକ ରହିଛି, ସେଠାରେ କମ୍ବିଂ ଅପରେସନ ଜୋରଦାର କରାଯିବା ସହ ଆବଶ୍ୟକୀୟ ପୁଲିସ୍ ଫୋର୍ସ ମୁତୟନ ପାଇଁ ଗୁରୁତ୍ୱ ଦିଆଯିବ । ସେହିଭଳି ନକ୍ସଲଙ୍କ ନିକଟକୁ ଆସୁଥିବା ଅର୍ଥକୁ ବନ୍ଦ କରିବା ଏବଂ ମାଓବାଦୀଙ୍କ ଛାମୁଆ ସଂଗଠନ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ଆଲୋଚନା ହେବା ନେଇ ଜଣାପଡିଛି ।