ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେଡି- ବିଜେପି ମୁହାଁମୁହିଁ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ।

61

କନକ ବ୍ୟୁରୋ: ବିଜେପିର ମଣ୍ଡି, ବିଜେଡି଼ର ରେଳ । ଦୁଇଟି ଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳର ରଣହୁଙ୍କାର । ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ଏବେବି ଏମଏସପି ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ ଏବଂ ଅଭାବୀ ଧାନ ବିକ୍ରି ହେଉଥିବା ନେଇ ବିଜେଡିକୁ ଟାର୍ଗେଟ୍ କରିଛି ଦଳ । ସେହିପରି ରେଳ ସମସ୍ୟା ନେଇ କେନ୍ଦ୍ର ଅବହେଳା କଥା କହିଛି ବିଜେଡି । କେନ୍ଦ୍ରାପଡାକୁ ମାଲବାହୀ ଟ୍ରେନ ଗଡିଲା, କେବେ ଗଡିବ ଯାତ୍ରିବାହୀ ଟ୍ରେନ୍ । ଏହି ପ୍ରଶ୍ନ ପଚାରି କେନ୍ଦ୍ରକୁ ଘାଇଲା କରିଛି ବିଜେଡି ।