ଜାନୁଆରୀ ପହିଲାରୁ କଟକ ସୀମାରେ ପଶିବନି ଭାରିଯାନ । ବିଶ୍ୱକପ୍ ଉଦଘାଟନୀ ସମରୋହ ପାଇଁ ଜିଲ୍ଲାପ୍ରଶାସନର ନିଷ୍ପତ୍ତି ।

132

କନକ ବ୍ୟୁରୋ: ଜାନୁଆରୀ ପହିଲାରୁ ଅସନ୍ତା ୧୨ ତାରିଖ ଯାଏଁ କଟକ ରାସ୍ତାରେ ଗଡିବନି ଭାରୀଯାନ । ପୁରୁଷ ହକି ବିଶ୍ୱ କପ୍ ୨୦୨୩ର ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଭାରୀଯାନ ଚଳାଚଳ ଯଥା, ଟ୍ରକ ଟିପ୍ପର, ଟ୍ରାକ୍ଟର ମାଧ୍ୟମରେ ଲଘୁ ଖଣିଜ ପରିବହନ ଉପରେ କଟକଣା ଲଗାଯାଇଛି ।

କଟକ ସହର ସୀମାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଜାନୁଆରୀ ପହିଲାରୁ ଜାନୁଆରୀ ୧୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ । ଆସନ୍ତା ୧୧ ତାରିଖରେ ବାରବାଟି ଷ୍ଟାଡିୟମରେ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହକୁ ଆସୁଥିବା ଅତିଥି ଓ ଦର୍ଶକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତାୟାତ ସୁବିଧା ଦୃଷ୍ଟିରୁ ଏହି କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।