ବେଲାରୁସ ପହଞ୍ଚିଲା ଋଷର ପରମାଣୁ ଅସ୍ତ୍ର । ରାଷ୍ଟ୍ରପତି ଲୁକାଶେଂକୋ କହିଲେ, ଏହା ହିରୋସୀମା ଓ ନାଗାସାକି ଉପରେ ପଡିଥିବା ବୋମା ଠାରୁ ୩ଗୁଣା ଶକ୍ତିଶାଳୀ

461

କନକ ବ୍ୟୁରୋ : ଋଷ ତାର ପରମାଣୁ ଅସ୍ତ୍ରକୁ ଏବେ ବେଲାରୁସରେ ପହଂଚାଇଛି । ଏନେଇ ବେଲାରୁସର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଂକୋ ସୂଚନା ଦେଇଛନ୍ତି । ଋଷର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଲୁକାଶଂକୋ କହିଛନ୍ତି କି ଏବେ ଆମକୁ ଋଷ ତରଫରୁ ମିଜାଇଲ ଓ ବୋମା ମିଳିଛି । ଏହି ବୋମା ୧୯୪୫ ମସିହାରେ ଜାପାନର ହିରୋସୀମା ଓ ନାଗାସାକି ଉପରେ ପକାଯାଇଥିବା ବୋମା ଠାରୁ ୩ ଗୁଣା ଶକ୍ତିଶାଳୀ । ସୂଚନା ଥାଉକି ୧୯୯୧ ମସିହା ପରେ ପ୍ରଥମଥର ଋଷ ତରଫରୁ ବିଦେଶୀ ମାଟିରେ ପରମାଣୁ ଅସ୍ତ୍ର ଠୁଳ କରୁଛି ।

ଲୋକଶେଂକୋ କହିଛନ୍ତି କି, ଏହି ପରମାଣୁ ଅସ୍ତ୍ର ରଖିବା ପାଇଁ ସୋଭିଏତ ସଂଘର ୬ଟି ପରମାଣୁ କେନ୍ଦ୍ର ସ୍ଥିର କରାଯାଇଥିଲା । ପାଶ୍ଚାତ୍ୟ ଦେଶଗୁଡିକୁ ୨୦୨୦ ରୁ ଆମକୁ ଅନେକ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରାଯାଉଛି । ହେଲେ ଏବେ ଏହାର ସ୍ଥିତି ବଦଳିଯିବ ବୋଲି ସେ କହିଛନ୍ତି ।

କେବଳ ସେତିକି ନୁହେଁ ପାଶ୍ଚାତ୍ୟ ଦେଶଗୁଡିକୁ ବେଲାରୁସର ରାଷ୍ଟ୍ରପତି ଧମକ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କି ଆବଶ୍ୟକ ହେଲେ ଆମେ ଏହି ଅସ୍ତ୍ରଗୁଡିକୁ ବ୍ୟବହାର କରିବାକୁ ପଛାଇବୁ ନାହିଁ । ଏହି ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ କେବଳ ପୁଟିନଙ୍କୁ ଗୋଟିଏ ଥର ଫୋନ କରିବାକୁ ପଡିବ ବୋଲି ଲୋକାଶେଂକୋ କହିଛନ୍ତି । ଏବେ ବେଲାରୁସରେ ଠୁଳ କରାଯାଇଥିବା ପରମାଣୁ ଅସ୍ତ୍ର ଉପରେ କେବଳ ଋଷର ଦଖଲ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଲୋକାଶେଂକୋ କହିଛନ୍ତି କି ଋଷ ତାର ପରମାଣୁ ଅସ୍ତ୍ରକୁ ନିଜ ଦେଶର ସୀମାରେ ନିୟୋଜିତ କରିବ । ବେଲାରୁସର ସୀମା ୩ ନାଟୋ ଦେଶକୁ ଲାଗିଛି । ଯାହା ମଧ୍ୟରେ ଲିଥୁଆନିୟା, ଲାତାବିୟା ଓ ପୋଲାଣ୍ଡ ସାମିଲ ଅଛି ।