ପଶ୍ଚିମ ଓଡିଶାରେ ତାତି ବଢିବା ବେଳେ ଅଘୋଷିତ ବିଦ୍ୟୁତ କାଟ : ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ, ବିଜେପିର ପ୍ରତିବାଦ

124

କନକ ବ୍ୟୁରୋ : ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଜେପିର ବିକ୍ଷୋଭ । ବାଲେଶ୍ୱର ଭୋଗରାଇ ଥାନା ଛକଠାରେ ବିଜେପି କର୍ମୀମାନେ ବିକ୍ଷୋଭ କରିଛନ୍ତି । ଦଳୀୟ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଥାନା ଛକରୁ ବାହାରି ଦେହୁର୍ଦା ବିଦ୍ୟୁତ ସେକ୍ସନ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିଜେପି କର୍ମୀମାନେ ପ୍ରତିବାଦ କରିଥିଲେ ।

ସେପଟେ ଅଘୋଷିତ ବିଦ୍ୟୁତକାଟକୁ ନେଇ ବରଗଡରେ ବି ଦେଖାବକୁ ମିଳିଛି ବିକ୍ଷୋଭ, ପ୍ରତିବାଦ । ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ବଢୁଥିବା ତାପମାତ୍ରା ଓ ଗରମ ଭିତରେ ଲୋକଙ୍କ ସମସ୍ୟା ଆହୁରି ବଢାଇ ଦେଇଛି ବିଦ୍ୟୁତକାଟ୍ । ଯାହାକୁ ନେଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଜିଲ୍ଲା ବିଜେପି କର୍ମୀ ।

ରାଜ୍ୟରେ ଏବେ ବିଦ୍ୟୁତ ବ୍ୟବସ୍ଥା ବିଗିଡି ଯାଇଛି । ରାଜ୍ୟ ସରକାରଙ୍କ ହାତରେ ଏବେ ବିଦ୍ୟୁତ ବିଭାଗର କୌଣସି ନିୟନ୍ତ୍ରଣ ନଥିବା ବିଜେପି ଅଭିଯୋଗ କରିଛି । ଏହାସହ ଟାଟା ପାୱାର ସାରା ରାଜ୍ୟର ବିଦ୍ୟୁକ ସରବରାହର ମାଲିକ ସାଜିଥିବା ଅଭିଯୋଗ କରି କହିଛନ୍ତି ଜିଲ୍ଲୀ ବିଜେପି କର୍ମୀ ।

ବଲାଙ୍ଗୀରରେ ଅହେତୁକ ଭାବେ ବଢି ବଢି ଚାଲିଛି ଅଘୋଷିତ ବିଦ୍ୟୁତ୍କାଟ । ୪୨ଡିଗ୍ରୀରୁ ଅଧିକ ତାପମାତ୍ରା ଥିବା ସହରରେ ଏବେ ବିଦ୍ୟୁତକାଟ ଲୋକଙ୍କ ସମସ୍ୟା ଆହୁରି ବଢାଇ ଦେଇଛି । ଅସହ୍ୟ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ଅଘୋଷିତ ବିଦ୍ୟୁତ କାଟକୁ ନଜରରେ ରଖି ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯାଉଛି । ବଲାଙ୍ଗୀର ମଣ୍ଡଳ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲା ବିଜେପି ।