କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ : ପ୍ରାଣ ବିକଳରେ ତିନି ମହଲା ତଳକୁ ଡେଇଁ ପଡିଲେ ବିଦ୍ୟାର୍ଥୀ

1,384

କନକ ବ୍ୟୁରୋ : ଦିଲ୍ଲୀ ମୁଖାର୍ଜୀ ନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡିଛନ୍ତି କିଛି ଛାତ୍ରଛତ୍ରୀ । ମୁଖାର୍ଜୀ ନଗରରେ ଥିବା ଜ୍ଞାନା ବିଲଣ୍ଡିଂରେ ଅନେକ କୋଚିଂ ସେଣ୍ଟର ରହିଛି । ନିଆଁ ଲାଗିବା ପରେ ପ୍ରାଣ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଏପଟ ସେପଟ ଧାଇଁବାକୁ ଲାଗିଲେ । ଜୀବନ ବଞ୍ଚାଇବା କିଛି ଛାତ୍ର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିବା ଦେଖିବାକୁ ମିଳିଥିଲା ।

ବିପଦଜନକ ଭାବେ ଉଦ୍ଧାର କରାଯାଇଛି । ଦଉଡି ସାହାଯ୍ୟରେ ଉଦ୍ଧାର ହେଲେ ଛାତ୍ର । ଫଳରେ ୪ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସିଡ଼ିରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ତେବେ ବିଲଣ୍ଡିଂରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁସାରେ ତୃତୀୟ ମହଲାର ଏକ ଇଲେକଟ୍ରିକ ମିଟରରୁ ନିଆଁ ଲାଗିଥିଲା ।