My Lord, Your Honour’ ସମ୍ବୋଧନ କରିବାକୁ ଓକିଲଙ୍କୁ ମନା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

326

କନକ ବ୍ୟୁରୋ: ଓକିଲଙ୍କଠାରୁ ‘ମାଇଁ ଲର୍ଡ’, ‘ୟୋର୍ ହନର’ ସମ୍ବୋଧନ ଶୁଣିବାକୁ ମନା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଶୁକ୍ରବାର ଏକ ମାମଲାରେ ବିଚାର କରୁଥିବାବେଳେ ସେ ଓକିଲଙ୍କୁ ଏହି ଅନୁରୋଧ କରିଛନ୍ତି । ତେବେ କୌଣସି ମାମଲାର ବିଚାର କରୁଥିବାବେଳେ କୌଣସି ଓକିଲ ତାଙ୍କୁ ଏପରି ସମ୍ବୋଧନ ନକରିବାକୁ କହିଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ।

ସେ କହିଛନ୍ତି, “ସବୁ ଓକିଲଙ୍କୁ ବ୍ୟକ୍ତି ଭାବେ ଅନୁରୋଧ କରୁଛି କି, ନ୍ୟାୟଧୀଶଙ୍କୁ ମାଇଁ ଲର୍ଡ, ୟୋର୍ ହନର୍, ୟୋର ଲର୍ଡସିପ୍ , ମାନନୀୟ ଭଳି ଶବ୍ଦରେ ସମ୍ବୋଧିତ କରିବାରୁ ବଞ୍ଚିତ ହୁଅନ୍ତୁ । ଏହା ବଦଳରେ କେବଳ ସାର୍ ଶବ୍ଦର ପ୍ରୟୋଗ କରନ୍ତୁ । ନଚେତ୍ ଏହି ଶବ୍ଦର ଅନୁରୂପ ଶବ୍ଦ ମଧ୍ୟ ବ୍ୟବହାର କରିପାରିବେ ।” ତେବେ ଓଡିଶା ହାଇକୋର୍ଟର ବିଚାରପତି କୋର୍ଟର ଓକିଲଙ୍କୁ ଏପରି ଅନୁରୋଧ କରିବା ପରେ ଏହାକୁ ନେଇ ଓଡିଶା ହାଇକୋର୍ଟ ବାର୍ ଆସୋସିଏସନର ସଚିବ ଜେ.କେ. ଲେଙ୍କା କହିଛନ୍ତି, ଅନ୍ୟ ବିଚାରପତିମାନେ ମଧ୍ୟ ଏହି କଥା ପାଳନ କରିବା ଉଚିତ୍ । ନ୍ୟାୟାଧୀଶଙ୍କୁ କେବଳ ସାର୍ କହି ସମ୍ମାନୀତ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ଯେ, ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ନିଜ କୋର୍ଟର ଓକିଲଙ୍କୁ ଏପରି ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ୨୦୦୯ରେ ସେ ଦିଲ୍ଲୀ ହାଇକୋର୍ଟର ଓକିଲଙ୍କୁ ମଧ୍ୟ ଏପରି ଅନୁରୋଧ କରିସାରିଛନ୍ତି । ଏହାପରେ ସେ ୨୦୦୦ ମସିହାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଓକିଲଙ୍କୁ ମଧ୍ୟ ମାଇଁ ଲର୍ଡ, ୟୋର୍ ହନର୍ ସମ୍ବୋଧନ୍ କରିବାକୁ ମନା କରିଥିଲେ ।