ପୁଣି ମୁହାଁମୁହିଁ ହେଲେ କେନ୍ଦ୍ର ଓ ଦିଲ୍ଲୀ ସରକାର । କେନ୍ଦ୍ରର ଅଧ୍ୟାଦେଶକୁ ଦିଲ୍ଲୀ ସରକାରଙ୍କ ସମାଲୋଚନ

337

କନକ ବ୍ୟୁରୋ : ପୁଣି ଅସ୍ଥିର ଦିଲ୍ଲୀ ରାଜନୀତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇ ଦେଇଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀ ପ୍ରଶାସନିକ କ୍ଷମତା, ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିବାବେଳେ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂରେ ଉପରାଜ୍ୟପାଳ ହସ୍ତକ୍ଷେପ କରିପାରିବେନି ବୋଲି କୋର୍ଟ କହିଥିଲେ । ମାତ୍ର ଏହା ଉପରେ ଅଧ୍ୟାଦେଶ ଆଣି ଉପରାଜ୍ୟପାଳଙ୍କୁ କ୍ଷମତା ଫେରାଇଛନ୍ତି କେନ୍ଦ୍ର ସରକାର । ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ କେନ୍ଦ୍ର୍ର ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥରେଟି ନାମକ ଏକ ଅଥରିଟି ଗଠନ କରିଛନ୍ତି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗୃହବିଭାଗ ପ୍ରିନ୍ସପାଲ ସେକ୍ରେଟେରୀଙ୍କୁ ସଦସ୍ୟ ରଖାଯାଇଛି । ସେପଟେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାର କହିଛନ୍ତି ଏହି ଅଧ୍ୟାଦେଶ ଅସାମ୍ବାଧାନିକ ଅଟେ । ଦିଲ୍ଲୀ ସରକାରଙ୍କ କ୍ଷମତା ଓ ଶକ୍ତି ଛଡାଇନେବାକୁ ପ୍ରୟାସ କରାଯାଉଛି । ଅଧ୍ୟାଦେଶ ବିରୋଧରେ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆମ ଅ।।ଦମୀ ପାର୍ଟି ସରକାର । ସେପଟେ ବଦଳି ଓ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦଇଥିବା ରାୟର ପୁନଃବିଚାର କରିବା ଲାଗି କୋର୍ଟରେ ପିଟିଦସନ ଦାୟର କରିଛନ୍ତି କେନ୍ଦ୍ର ସରକାର । କିଛି ଦିନ ପୂର୍ବରୁ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ହୋଇଥିବା କ୍ଷମତା ଲଢେଇରେ ଜିତି ଯାଇଥିଲେ କେଜ୍ରିୱାଲ । ଏହାକୁ ବୋଧହୁଏ ସହଜରେ ଗ୍ରହଣ କରିପାରନି କେନ୍ଦ୍ର । ତେଣୁ ଏଭଳି ଅଦ୍ୟାଦେଶ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।