ଯୁଦ୍ଧ ଭିତରେ ପ୍ରଥମଥର ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ଜାପାନ ହିରୋସିମାରେ ଆୟୋଜିତ ଜି-୭ ବୈଠକରେ ଦୁଇ ନେତାଙ୍କ ସାକ୍ଷାତ ଆଲୋଚନା

223

କନକ ବ୍ୟୁରୋ : ଜାପାନର ହିରୋସୀମା ଠାରେ ଆୟୋଜିତ ଜି-୭ ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀରେ ୨ୟ ଦିନରେ ବେଶ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅନ୍ୟ ରାଷ୍ଟ୍ରନେତା ପହଁଚିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେତେବେଳେ ଆମେରିକା ରାଷ୍ଟ୍ରପତି ପାଖରେ ଦେଖିଥିଲେ ସେତେବେଳେ ବିଳମ୍ବ ନକରି ମୋଦିଙ୍କ ପାଖରେ ପହଁଚିଥିଲେ ଓ ଆଲିଙ୍ଗନ କରିଥିଲେ ଜୋ ବାଇଡେନ୍ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କୁ ଖୁବ ଖୁସିର ସହ ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଭାରତ ଓ ଆମେରିକା ବ୍ୟତୀତ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ,କାନାଡ଼ା, ଇଟାଲୀ ସମେତ ୟୁରୋପୀୟ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ । ଏହି ବୈଠକରେ ସମ୍ପର୍କ ସୁଦୃଢ଼, ଜଳବାୟୁ ପ୍ରସଙ୍ଗ, ସୀମା ପ୍ରସଙ୍ଗ ଆଦି ବିଷୟରେ ଆଲୋଚନା ହୋଇଥିବା ସୂଚନା ରହିଛି ।

ସେହିପରି ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତବର୍ଷ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ପ୍ରଥମ ଥର ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ଭେଟିଛନ୍ତି । ହିରୋସିମାରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ବୈଠକ ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ସେହିପରି ଜାପାନ ରାଷ୍ଟ୍ରପତି ଫୁମିଓ କିସିଦାଙ୍କୁ ମଧ୍ୟ ମୋଦି ଭେଟିଛନ୍ତି ।