ଅର୍ଚ୍ଚନା ମାମଲାରେ ଇଡି ଅଫିସରେ ଶ୍ରଦ୍ଧାଞ୍ଜଳି ବେହେରା : ସପ୍ତାହେ ହେଲା ଇଡିକୁ ଧରାଛୁଆଁ ନଦେଇ ଦେଉଥିଲେ ଚକମା

232

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡି ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଇଡି ଅଫିସରେ ଗୁଡ଼େଇ ତୁଡ଼େଇ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରଶ୍ନ କରୁଛନ୍ତି ଅଧିକାରୀ । ସପ୍ତାହେ ହେଲା ଇଡିକୁ ଧରା ଛୁଆଁ ନଦେଇ ଚକମା ଦେଉଥିଲେ ଶ୍ରଦ୍ଧାଞ୍ଜଳି । ୨୫ଟି ଲୋକେସନ୍ ବଦଳାଇବା ପରେ ହୋଟେଲରେ ଯାଇ ସମନ କରିଥିଲା ଇଡି । ସପ୍ତାହେ ହେଲା ଶ୍ରଦ୍ଧାଞ୍ଜଳିଙ୍କ ପିଛା କରୁଥିଲା ଇଡିର ସ୍ୱତନ୍ତ୍ର ଟିମ୍ ।

୩ ଦିନ ତଳେ ଶ୍ରଦ୍ଧାଞ୍ଜଳିଙ୍କ ପାଖରେ ପହଞ୍ଚିଥିଲା ଇଡି । ଇଡି ସହ ଲୁଚକାଳି ଖେଳୁଥିଲେ ଶ୍ରଦ୍ଧାଞ୍ଜଳି । ଚକମା ଦେଇ ଲୁଚିଛପି ବୁଲୁଥିଲେ ଶ୍ରଦ୍ଧାଞ୍ଜଳି । ବୟାନ ରେକର୍ଡ଼ ପରେ ବଢିପାରେ ଶ୍ରଦ୍ଧାଞ୍ଜଳିଙ୍କ ଅଡୁଆ । ତଦନ୍ତରେ ସହଯୋଗ ନକଲେ ଜାରି ହୋଇପାରେ ଏନବିଡ଼ବ୍ଲୁ । ସେପଟେ ଇଡ଼ି ଅଫିସରେ ପହଞ୍ଚିଲେ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ଶ୍ୱାତିରେଖା ଜେନା । ଶ୍ରଦ୍ଧାଞ୍ଜଳି ପହଞ୍ଚିବାର ୧ ଘଣ୍ଟା ୪୫ ମିନିଟ ପରେ ପହଞ୍ଚିଛନ୍ତି ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ।