ଆଜିଠୁ ମାଟ୍ରିକ ସମେଟିଭ-୧ ପରୀକ୍ଷା : ରାଜ୍ୟରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

160

କନକ ବ୍ୟୁରୋ : ଆଜିଠୁ ମାଟ୍ରିକ ସମେଟିଭ ଆସେସମେଣ୍ଟ-ୱାନ ପରୀକ୍ଷା । ରାଜ୍ୟରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଥିବା ବେଳେ ପରୀକ୍ଷାର୍ଥୀମାନେ ସକାଳ ୯ଟାରୁ ହଲରେ ପ୍ରବେଶ କରିବେ ।

ଶୃଙ୍ଖଳିତ ପରୀକ୍ଷା ପରିଚାଳନା ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଚଳିତ ବର୍ଷ ୫ଲକ୍ଷ ୪୦ ୭୧୨ ଜଣ ପରୀକ୍ଷା ୩୦ଜାର ୨୯ଟି କେନ୍ଦ୍ରରେ ଦେବେ ପରୀକ୍ଷା । ମଧ୍ୟମାରେ ୨ହଜାର ୯୧୪ଜଣ ପରିକ୍ଷାର୍ଥୀ ୧୦୮ଟି କେନ୍ଦ୍ର ଓ ଓପନ ସ୍କୁଲ ସାର୍ଟିଫିକେଟ୍ ପାଇଁ ୭ହଜାର୧୮୧ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ଦେବେ ପରୀକ୍ଷା । ପରୀକ୍ଷା କେନ୍ଦ୍ରକୁ ପେନ ଓ ଆଡମିଟ୍ କାର୍ଡ ବ୍ୟତୀତ ଅନ୍ୟ କିଛି ନେଇପାରିବେ ନାହିଁ ବୋଲି ବୋର୍ଡ ସଭାପତି କରିଛନ୍ତି ।