ଗୁଇନ୍ଦା ଅଫିସରଙ୍କୁ ଅମିତ ଶାହଙ୍କ ଟାର୍ଗେଟ : ପ୍ରତି ରାଜ୍ୟ ଗୁଇନ୍ଦା ବିଭାଗକୁ ୧୦୦ ଲେଖାଏଁ ଅନୁପ୍ରବେଶକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ

117

କନକ ବ୍ୟୁରୋ : ବେଆଇନ୍ ଅନୁପ୍ରବେଶକାରୀଙ୍କୁ ଧରିବା ସହ ସେମାନଙ୍କୁ ତାଙ୍କୁ ଦେଶକୁ ପଠାଇବାକୁ ଅଫିସରମାନଙ୍କୁ ଟାର୍ଗେଟ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ ଦେଶର ଟପ୍ ଅଫିସରମାନଙ୍କୁ ଅନୁପ୍ରେବଶକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରି ତାଙ୍କୁ ଦେଶକୁ ପଠାଇବାକୁ କହିଛନ୍ତି । ସବୁ ରାଜ୍ୟର ଗୁଇନ୍ଦା ଅଧିକାରୀମାନଙ୍କୁ ୧୦୦ ଜଣ ଲେଖାଏଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ସହ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହ ସେମାନଙ୍କୁ ସେମାନଙ୍କୁ ଦେଶକୁ ପଠାଇବାର ବ୍ୟବସ୍ଥା କରିବାକୁ କହିଛନ୍ତି । ନିକଟରେ ହୋଇଥିବାଉ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଶାହ ଏଭଳି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଦେଶର ଜାତୀୟ ଜନସଂଖ୍ୟା ହାର ବର୍ଡର ଅଞ୍ଚଳଗୁଡିକର ଜନସଂଖ୍ୟା ହାରଠୁ ବହୁତ କମ୍ । ତେଣୁ ବେଆଇନ ଭାବେ ଅନୁପ୍ରବେଶ କରି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ଗୃହମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।