ବିମାନବନ୍ଦରରୁ ଜବତ ହେଲା ୬୧ କିଲୋ ସୁନା : ଅଣ୍ଟାରେ ବେଲ୍ଟ ବାନ୍ଧି ଲୁଚାଇ ଆଣିଥିଲେ ୨୬ ଖଣ୍ଡ ସୁନା ବିସ୍କୁଟ୍; ୭ ଗିରଫ

1,114

କନକ ବ୍ୟୁରୋ : ମୁମ୍ବାଇ ବିମାନବନ୍ଦରରୁ ଜବତ ହେଲା ୬୧ କିଲୋ ସୁନା । ମୁମ୍ବାଇର ଛତ୍ରପତି ସିମାବଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗର ଅଧିକାରୀମାନେ ୨୬ ଖଣ୍ଡ ସୁନା ବିସ୍କୁଟ୍ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୩୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ମାମଲାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି ।

ଏହି ବିମନବନ୍ଦରରୁ ଏତେ ପରିମାଣରେ ସୁନା ଜବତ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ସେମାନେ ସୁନାକୁ ଅଣ୍ଟାରେ ବେଲ୍ଟ ଭଳି ଗୋଡାଯାଇଥିବା ଏକ କପଡାରେ ଲୁଚାଇ ଆଣିଥିଲେ । ହେଲେ ଗୁଇନ୍ଦା ସୁଚନା ଅଧାରରେ ବିମାନବନ୍ଦରରେ ସେମାନଙ୍କ ଅଟକାଇ ଯାଞ୍ଚ କରିବାକୁ ସୁନା ଧରାପଡିଥିଲା । ଗିରଫ ୭ ଜଣଙ୍କ ମଧ୍ୟରୁ ୪ ଜଣ ତାଞ୍ଜିନିଆରୁ ଫେରୁଥିଲେ । ସେମାନଙ୍କ ଠାରୁ ୫୩ କିଲୋ ସୁନା ଜବତ କରାଯାଇଥିଲା । ବାକି ୮ କିଲୋ ସୁନା ଅନ୍ୟମାନଙ୍କ ଠାରୁ ଜବତ କରାଯାଇଛି ।