ଆମେରିକାର ଦାବି; ଋଷ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହରାଇଲେଣି ୨୦ ହଜାର ଋଷ ସୈନିକ, ୮୦ ହଜାର ଆହତ ।

138

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ଭିତରେ ଜାରି ରହିଥିବା ଯୁଦ୍ଧକୁ ନେଇ ବଡ ବୟାନ ଦେଇଛି ଆମେରିକାର । ହ୍ୱାଇଟ୍ ହାଉସ୍ ଦାବି କରିଛି ଯେ, ଗତ ୫ ମାସ ଭିତରେ ଯୁଦ୍ଧରେ ଋଷର ବଡ କ୍ଷତି ଘଟିଛି । ଗତ ୫ ମାସ ଭିତରେ ଋଷର ୨୦ ହଜାରରୁ ଅଧିକ ସୈନିକ ଯୁଦ୍ଧରେ ମୃତ୍ୟୁବରଣ କରିଥିବାବେଳେ, ୮୦ ହଜାର ସୈନିକ ଆହତ ହୋଇଛନ୍ତି ।

ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ମୁଖପାତ୍ର, ଜନ୍ କିର୍ବୀ ରବିବାର ଦାବି କରିଛନ୍ତି ଯେ, ୟୁକ୍ରେନ୍ ଯୁଦ୍ଧରେ ନିଜର ସୈନିକଙ୍କ ମୃତ୍ୟୁର କୌଣସି ତଥ୍ୟ ଦେଉନାହିଁ । ଯେହେତୁ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି, ସେହି କାରଣରୁ ୟୁକ୍ରେନ୍ ଏହି ତଥ୍ୟ ଦେଉନାହିଁ । ହେଲେ ଗତ ନଭେମ୍ବର ମାସରେ ଏକ ରିପୋର୍ଟ ଜାରି ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ୟୁକ୍ରେନ-ଋଷ ଯୁଦ୍ଧରେ ୟୁକ୍ରେନରର ପାଖାପାଖି ୧ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ ।

ଅନ୍ୟପଟେ ଋଷ-ୟୁକ୍ରେନ୍ ଯୁଦ୍ଧକୁ ଋଷ ଯେତେ ସହଜରେ ଜିତିଯିବ ବୋଲି ଭାବୁଥିଲା, ତାହା ସେତେଟା ସହଜ ହୋଇନି । ଯୁଦ୍ଧରେ ଋଷର ପ୍ରାୟ ୨୦ ହଜାରରୁ ଅଧିକ ସୈନିକ ମୃତ୍ୟୁବରଣ କରିଥିବାବେଳେ, ୮୦ ହଜାର ସୈନିକ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି । ତେବେ ଆମେରିକାର ଏହି ଦାବିକୁ କିନ୍ତୁ ଋଷ ମିଛ ବୋଲି କହିଛି । ଯୁଦ୍ଧରେ ଏବେ ସୁଦ୍ଧା ଋଷର ମାତ୍ର ୯୪ ଜଣ ସଦସ୍ୟ ମୃତ୍ୟୁବରଣ କରିଥିବା ଋଷ ପକ୍ଷରୁ ତଥ୍ୟ ଦିଆଯାଉଛି ।